ୟୁକ୍ରେନ୍‌ର ପୂର୍ବତନ ସାମରିକ ମୁଖ୍ୟଙ୍କ ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି

Advertisment

ୟୁକ୍ରେନ୍‌ର ପୂର୍ବତନ ସେନାମୁଖ୍ୟ ତଥା ବର୍ତ୍ତମାନ ବ୍ରିଟେନରେ ଦେଶର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଭାଲେରୀ ଜାଲୁଜନି କହିଛନ୍ତି ଯେ ବିଶ୍ୱ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧରେ ପାଦ ରଖିସାରିଛି।  ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାଲୁଜନି ରୁଷ୍‌ରେ...

ୟୁକ୍ରେନ୍‌ର ପୂର୍ବତନ ସେନାମୁଖ୍ୟ ତଥା ବର୍ତ୍ତମାନ ବ୍ରିଟେନରେ ଦେଶର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଭାଲେରୀ ଜାଲୁଜନି କହିଛନ୍ତି ଯେ ବିଶ୍ୱ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧରେ ପାଦ ରଖିସାରିଛି।  ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାଲୁଜନି ରୁଷ୍‌ରେ...

dgjgjdgdjgdj

କିବ୍: ୟୁକ୍ରେନ୍‌ର ପୂର୍ବତନ ସେନାମୁଖ୍ୟ ତଥା ବର୍ତ୍ତମାନ ବ୍ରିଟେନରେ ଦେଶର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଭାଲେରୀ ଜାଲୁଜନି କହିଛନ୍ତି ଯେ ବିଶ୍ୱ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧରେ ପାଦ ରଖିସାରିଛି।  ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାଲୁଜନି ରୁଷ୍‌ରେ ଉତ୍ତର କୋରିଆ ସୈନ୍ୟଙ୍କ ଉଦ୍‌ବେଗଜନକ ସମ୍ପୃକ୍ତି ଏବଂ ଆଗଧାଡ଼ିରେ ଇରାନୀ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ୨୦୨୪ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି ବୋଲି ସେ କହିଛନ୍ତି। କାରଣ ୟୁକ୍ରେନ୍‌କୁ ଆମେରିକା ଓ ବ୍ରିଟେନ ସମେତ ପାଶ୍ଚାତ୍ୟଦେଶଗୁଡ଼ିକ ସାହାଯ୍ୟ କରୁଥିବା ବେଳେ ରୁଷ୍‌କୁ ଉତ୍ତର କୋରିଆ ଓ ଇରାନ ପ୍ରଭୃତି ଦେଶ ସାହାଯ୍ୟ କରୁଛନ୍ତି। ଗୋଟିଏ ଯୁଦ୍ଧରେ ଅନେକ ଦେଶର ସମ୍ପୃକ୍ତି ତୃତୀୟ ବିଶ୍ବଯୁଦ୍ଧର ଅୟମାରମ୍ଭ ସୂଚନା ଛଡ଼ା ଆଉ କିଛି ନୁହେଁ ବୋଲି ଜାଲୁଜନି କହିଛନ୍ତି। ବର୍ତ୍ତମାନ ବ୍ରିଟେନରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ ଜାଲୁଜନି ୟୁକ୍ରେନ ସଂଘର୍ଷରେ ଅନ୍ତର୍ଜାତୀୟ ସେନାର ସମ୍ପୃକ୍ତି ବୃଦ୍ଧି ବିଷୟରେ ସୂଚାଇଥିଲେ। ୧୦,୦୦୦ରୁ ଅଧିକ ଉତ୍ତର କୋରିଆ ସୈନ୍ୟଙ୍କ ଆଗମନ ଏବଂ ଇରାନର ଅସ୍ତ୍ରଶସ୍ତ୍ରର ଉପସ୍ଥିତି ଉପରେ ସେ ଆଲୋକପାତ କରିଥିଲେ। ସେ କହିଛନ୍ତି, ଏହା ସ୍ପଷ୍ଟ ଯେ ୟୁକ୍ରେନର ପୂର୍ବରୁ ଅନେକ ଶତ୍ରୁ ଅଛନ୍ତି। ୟୁକ୍ରେନ ଟେକ୍ନୋଲୋଜି ଦ୍ୱାରା ବଞ୍ଚିବ, କିନ୍ତୁ ଏହା ଏକାକୀ ଏହି ଯୁଦ୍ଧ ଜିତିପାରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

 ମସ୍କୋ ନିକଟରେ ନିପ୍ରୋର ଏକ କାରଖାନା ଉପରେ ଏକ ମଧ୍ୟମ ଦୂରତା ବିଶିଷ୍ଟ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହା ସଂଘର୍ଷର ବ୍ୟାପକତା ଏବଂ ତୀବ୍ରତାକୁ ବୃଦ୍ଧି କରିଥିଲା।  ସେପଟେ କୁର୍ସ୍କ ଅଞ୍ଚଳରେ ପାଖାପାଖି ୫୦ ହଜାର ରୁଷୀୟ ଓ ଉତ୍ତର କୋରିଆ ସେନା ମୁତୟନ ହୋଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ କିବ୍‌ର ଜବାବ ପରେ ଏହି ମୁତୟନ କରାଯାଇଥିଲା, ଯେଉଁଥିରେ ୟୁକ୍ରେନ୍ ସୈନ୍ୟମାନେ କ୍ରେମଲିନ୍ ରଣନୀତିକୁ ଝଟକା ଦେଇ ଅନେକ ସହରକୁ ପୁନର୍ଦଖଲ କରିଥିଲେ। ନିକଟରେ ରୁଷ୍‌ର ଆଭ୍ୟନ୍ତରୀଣ ଅଞ୍ଚଳ ଉପରେ ୟୁକ୍ରେନ୍ ଆମେରିକା ଯୋଗାଇଥିବା ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ରୁଷ୍ ମଧ୍ୟ ୟୁକ୍ରେନ୍ ଉପରେ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ଏବଂ ସଂଘର୍ଷର ବ୍ୟାପକତାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଚିନ୍ତା ବଢ଼ୁଥିବା ବେଳେ ଜାଲୁଜନି ଏହି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe