Image Courtesy of NEXTA
କିବ୍: କେତୋଟି ସୁଟ୍କେସ୍ରେ ନଗଦ ୨୮ ନିୟୁତ ଡଲାର୍ ଏବଂ ୧.୩ ନିୟୁତ ୟୁରୋ ନେଇ ୟୁକ୍ରେନ୍ର ପୂର୍ବତନ ସାଂସଦ କୋତ୍ଭିତ୍ସ୍କିଙ୍କ ପତ୍ନୀ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି।
ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ରୁ ଖସି ପଳାଇବା ଲାଗି ସେ ଜାକାରପାଟିଆ ପ୍ରଦେଶ ଦେଇ ହଙ୍ଗେରିରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ, ସୁଟ୍କେସ୍ଗୁଡ଼ିକରେ ଥିବା ଅର୍ଥ ସହିତ ସେ ସୀମାନ୍ତରେ ‘ହଙ୍ଗେରୀୟ ସୀମାନ୍ତ ରକ୍ଷୀ’ଙ୍କଦ୍ବାରା ଧରାପଡ଼ିଥିଲେ। ସେଠାରେ ତାଙ୍କୁ ସତକଥା ଘୋଷଣା କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଆଜି ସକାଳେ ‘ନେକ୍ଷ୍ଟା ମିଡିଆ’ ସଂସ୍ଥାନ ରିପୋର୍ଟ କରିଛି।
Image Courtesy of India Todayତେଣେ, ରୁଷ୍-ୟୁକ୍ରେନ୍ ସଂଘର୍ଷ ତୀବ୍ରତର ହେଉଥିବା ବେଳେ ‘ହ୍ୟୁମାନିଟାରିୟାନ୍ କରିଡର୍ସ୍’ ବାଟେ ସମୁଦାୟ ୭,୨୯୫ ଜଣ ବ୍ୟକ୍ତିଙ୍କୁ ରବିବାର ଦିନ ସ୍ଥାନାନ୍ତରଣ କରାଯାଇଥିବା କଥା ୟୁକ୍ରେନ୍ର ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ୍ କହିଛନ୍ତି। ରୁଷ୍ ଅଧିକୃତ ମାରିଉପୋଲ୍ ନଗରୀରୁ ଜାପୋରିଝଝିଆ ନଗରୀକୁ ସମୁଦାୟ ୩,୯୮୫ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତରଣ କରାଯାଇଛି ଏବଂ ଅଧିକ ଜନସ୍ଥାନାନ୍ତରଣ ଲାଗି ଆଜି ମାରିଉପୋଲ୍କୁ ପ୍ରାୟ ୫୦ଟି ବସ୍ ପଠାଯିବ ବୋଲି ସେ କହିଛନ୍ତି।
ସେହିପରି, ରବିବାର ଦିନ ରୁଷ୍ରେ ଯୁଦ୍ଧ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ୯୦୦ ଜନତାଙ୍କୁ ଅଟକ ରଖାଯାଇଛି। ପ୍ରତିବାଦ ପର୍ଯ୍ୟବେକ୍ଷଣକାରୀ ସଂସ୍ଥାନ ‘ଓଡିଭି-ଇମ୍ଫୋ’ ରିପୋର୍ଟ ଅନୁସାରେ, ୩୭ଟି ରୁଷୀୟ ସହରରୁ ୯୩୬ଜଣ ଲୋକଙ୍କୁ ଅଟକ ରଖାଯାଇଛି।
Follow Us