ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ,କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ,କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ

The Hindu

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ ହୋଇଛି। ରବିବାର ଦିନ ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ତାଙ୍କର ୭୪ବର୍ଷ ବୟସରେ ମୃତ୍ୟୁ ଘଟିଛି। ରଘୁବଂଶ ପ୍ରସାଦ ସିଂହଙ୍କୁ କୋଭିଡ ପରବର୍ତ୍ତୀ ଜଟିଳତା ପରେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶନିବାର ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା।

ଶନିବାର ରାତି ୧୧ଟା ୫୬ମିନିଟରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ବିହାରର ରାଜନୈତିକ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ଛାଡିଛି।”

पूर्व केंद्रीय मंत्री रघुवंश प्रसाद सिंह (फाइल फोटो) aajtak

ସୂଚନା ମୁତାବକ, ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ଆର୍‌ଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଆଜି ଆର୍‌ଜେଡିରୁ ଇସ୍ତଫା ଦେଇଥିଲେ। ସିଂହ କହିଛନ୍ତି, କରପୁରୀ ଠାକୁରଙ୍କ ମୃତ୍ୟୁ ପରେ ସେ ଦୀର୍ଘ ୩୨ ବର୍ଷ ଧରି ଆର୍‌ଜେଡିକୁ ସମର୍ଥନ କଲେ। କିନ୍ତୁ ଆଉ ନୁହେଁ। ଏହା ଲେଖି ହସ୍ପିଟାଲ୍‌ରୁ ସେ ଲାଲୁଙ୍କ ପାଖକୁ ନିଜର ଇସ୍ତଫା ପତ୍ର ଲେଖିଥିଲେ। ରଘୁବଂଶ ଦଳର କିଛି ନିଷ୍ପତ୍ତି ପାଇଁ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜେଡିୟୁ ରଘୁବଂଶଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲା ଏବଂ ଜଣେ ବରିଷ୍ଠ ନେତାଙ୍କୁ ଆରଜେଡି ଅଣଦେଖା କରିଥିବାରୁ ଆରଜେଡି ଉପରେ ବର୍ଷିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe