ଦିଲ୍ଲୀରୁ ଗିରଫ ହେଲେ ପୂର୍ବତନ ୟୁପି ମନ୍ତ୍ରୀ ୟାକୁବ ଏବଂ ପୁଅ ଇମ୍ରାନ

Advertisment
ଦିଲ୍ଲୀରୁ ଗିରଫ ହେଲେ ପୂର୍ବତନ ୟୁପି ମନ୍ତ୍ରୀ ୟାକୁବ ଏବଂ ପୁଅ ଇମ୍ରାନ

News8Plus

ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତା ତଥା ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ହାଜି ୟାକୁବ କ୍ୟୁରେଶି ଏବଂ ତାଙ୍କ ବଡ଼ ପୁଅ ଇମ୍ରାନ୍‌ କ୍ୟୁରେଶି ଶୁକ୍ରବାର ଦିନ ଦିଲ୍ଲୀରୁ ଗିରଫ ହୋଇଛନ୍ତି। ଉତ୍ତରପ୍ରଦେଶ ପୁଲିସ ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍‌) ଦ୍ବାରା ଦିଲ୍ଲୀରେ ସେମାନେ ଲୁଚିଥିବା ଖବର ପାଇ ଚଢ଼ଉ କରିବାପରେ ସେମାନଙ୍କୁ ଗିରଫ କରାଯାଇଛି। ଏକ ସିଲ୍‌ ହୋଇଥିବା ଫ୍ୟାକ୍ଟ୍ରିରେ‌ ବେଆଇନ ଭାବେ ମାଂସ ପ୍ୟାକିଂ କରୁଥିବା ଏବଂ ବଣ୍ଟନ କରୁଥିବା ନେଇ ୟାକୁବ ଏବଂ ପୁଅ ଇମ୍ରାନ ବିରୋଧରେ ଅଭିଯୋଗ ରହିଛି ।

ମନ୍ତ୍ରୀ ୟାକୁବ, ତାଙ୍କ ପୁଅ ଏବଂ ମାମଲାରେ ଅନ୍ୟ ୧୫ ଜଣଙ୍କ ବିରୋଧରେ ଗତବର୍ଷ ଏପ୍ରିଲ ୧ରେ ମାମଲା ରୁଜୁ ହେବାପରଠାରୁ ସେମାନେ ପଳାୟନ କରିଥିଲେ। ଶୁକ୍ରବାର ସେମାନଙ୍କୁ ଗିରଫ କରାଯିବାପରେ ଶନିବାର ସକାଳେ ସେମାନଙ୍କୁ ମିରଟ୍‌ ଅଣାଯାଇଛି ଏବଂ କୋର୍ଟରେ ହାଜର କରାଯାଇଛି। ଉଭୟ ମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କୁ ଦିଲ୍ଲୀର ଚାନ୍ଦିନୀ ମହଲ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କ ମୁଣ୍ଡରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ମିରଟ ଏସଏସପି ରୋହିତ ସଜୱନ କହିଛନ୍ତି। ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ୟାକୁବ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe