ୟୁପିର ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

Advertisment
ୟୁପିର ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

Amar Ujala

ବାରଣାସୀ  : ଦୀର୍ଘ ୨୦ ବର୍ଷର ଏକ ହତ୍ୟା ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ଅଭୟ ନାରାୟଣ ପଟେଲ ଏବଂ ଅନ୍ୟ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ସ୍ବତନ୍ତ୍ର ଏମ୍‌ପି ଏମଏଲଏ କୋର୍ଟ ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ କରିବା ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ୧୯୯୮ ମସିହା ଅକ୍ଟୋବର ୨୨ରେ ରୌନାପଡ଼ ଥାନା ଅଧୀନସ୍ଥ ଉର୍ଦିହ ନୈବସ୍ତି‌ରେ ସନ୍ତରାଜ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଅଭୟ ନାରାୟଣ ପଟେଲ, ଲାଲ୍‌ ବାହାଦୁର ସିଂହ , ଲାଲ୍‌ ବିହାରୀ ସିଂହ ଏବଂ ହରେନ୍ଦ୍ର ସିଂହଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭୟ ନାରାୟଣ ୨୦୧୨ରେ ସମାଜବାଦୀ ପାର୍ଟି ଟିକେଟରେ ସାଗରି ବିଧା‌ନସଭା ଆସନରୁ ଜିତିଥିଲେ। କିନ୍ତୁ ୨୦୧୭ରେ ସପା ତାଙ୍କୁ ଟିକେଟ ଦେଇନଥିଲା। ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe