ଆମେରିକାର ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ହର୍‌ମାନ କେନ୍‌ଙ୍କ କୋଭିଡ୍‌ରେ ପରଲୋକ

Advertisment
ଆମେରିକାର ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ହର୍‌ମାନ କେନ୍‌ଙ୍କ କୋଭିଡ୍‌ରେ ପରଲୋକ

UPI.com

ୱାସିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ହର୍‌ମାନ କେନ୍‌ଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଯାଇଛି। ହର୍‌ମାନ କେନ୍‌ ପୂର୍ବରୁ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ସେ ‌ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ଜଣେ ଦୃଢ ସମର୍ଥକ ଥିଲେ। ଗତ ଜୁନ୍‌ ୨୯ରେ ହର୍‌ମାନଙ୍କ କରୋନା ପଜିଟିଭ ଆସିଥିଲା। ‌ଏହାର ୯ ଦିନ ପୂର୍ବରୁ ହର୍‌ମାନ ତୁଲ୍‌ସା, ଓକ୍‌ଲାହୋମରେ ଟ୍ରମ୍ପ୍‌ଙ୍କ ରାଲିରେ ଉପସ୍ଥିତ ଥିଲେ। ତେବେ ମୁହଁରେ ମାସ୍କ ପିନ୍ଧିବାକୁ ମନା କରିବା ନେଇ ହର୍‌ମାନ ଚର୍ଚ୍ଚାରେ ଥିଲେ। ହର୍‌ମାନ ମଧ୍ୟ କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe