ବୋହୂର ଅଭିଯୋଗ ପରେ ପୂର୍ବତନ ଉତ୍ତରାଖଣ୍ଡ ମନ୍ତ୍ରୀଙ୍କ ଆତ୍ମହତ୍ୟା

Advertisment

ସର୍ବସମ୍ମୁଖରେ ନିଜକୁ ଗୁଳିକଲେ

ସର୍ବସମ୍ମୁଖରେ ନିଜକୁ ଗୁଳିକଲେ

ବୋହୂର ଅଭିଯୋଗ ପରେ ପୂର୍ବତନ ଉତ୍ତରାଖଣ୍ଡ ମନ୍ତ୍ରୀଙ୍କ ଆତ୍ମହତ୍ୟା

opindia.com

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ସର୍ବସମ୍ମୁଖରେ ଆତ୍ମହତ୍ୟା କରିଛନ୍ତି। ରାଜେନ୍ଦ୍ର ବହୁଗୁଣାଙ୍କ ବୋହୂ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ନିଜ ନାତୁଣୀକୁ ସେ ଯୌନ ଉତ୍ପୀଡ଼ନ ଦେଇଥିବା ନେଇ ବୋହୂ ଅଭିଯୋଗ କରିବାର ୩ ଦିନ ପରେ ରାଜେନ୍ଦ୍ର ବହୁଗୁଣା ଆତ୍ମହତ୍ୟା କରିଛନ୍ତି।

ବୋହୂର ଅଭିଯୋଗ ପାଇଁ ବହୁଗୁଣା ଖୁବ୍‌ ଭାଙ୍ଗି ପଡ଼ିଥିଲେ। ୫୯ ବର୍ଷୀୟ ବହୁଗୁଣା ଏମର୍ଜେନ୍ସି ନମ୍ବର ଲଗାଇ ପୁଲିସକୁ ନିଜ ଆତ୍ମହତ୍ୟା ଯୋଜନା ସମ୍ପର୍କରେ କହିଥିଲେ। ପୁଲିସ ଆସି ତାଙ୍କ ବାସଭବନ ନିକଟରେ ପହଞ୍ଚିବା ବେଳକୁ ରାଜେନ୍ଦ୍ର ବହୁଗୁଣା ଏକ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ ଏବଂ ନିଜକୁ ଗୁଳି କରି ଶେଷ କରିଦେବେ ବୋଲି କହିଥିଲେ। ତଳେ ପୁଲିସ ଏବଂ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ। ପୁଲିସ ଏକ ଲାଉଡସ୍ପିକର ବ୍ୟବହାର କରି ରାଜେନ୍ଦ୍ରଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲା। କିନ୍ତୁ ରାଜେନ୍ଦ୍ର କିଛି ଶୁଣିନଥିଲେ। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି ସେ ବାରମ୍ବାର କହିଥିଲେ ଏବଂ ସର୍ବ ସମ୍ମୁଖରେ ନିଜକୁ ଗୁଳି କରି ମାରି ଦେଇଥିଲେ। ଏବେ ରାଜେନ୍ଦ୍ର ବହୁଗୁଣାଙ୍କ ପୁଅ ତାଙ୍କ ପତ୍ନୀ, ଶ୍ବଶୁର ଏବଂ ଜଣେ ପଡ଼ୋଶୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେମାନେ ତାଙ୍କ ପିତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe