ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ, ଭାରତର ଜାତୀୟ ମନ୍ଦିର ହେବ: ଯୋଗୀ

Advertisment
ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ, ଭାରତର ଜାତୀୟ ମନ୍ଦିର ହେବ: ଯୋଗୀ

ଅଯୋଧ୍ୟା : ବୁଧବାର ଦିନ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ ଉତ୍ସବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ପ୍ରାୟ ୯୦ ମଠ ଓ ମନ୍ଦିରର ସାଧୁସନ୍ଥଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଯୋଧ୍ୟା ମନ୍ଦିର ଭାରତର ଜାତୀୟ ମନ୍ଦିର ହେବ ବୋଲି ଯୋଗୀ ଆଦିତ୍ୟନାଥ କହିଥିଲେ।

ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଲେ, ଲୋକମାନେ ଏହି ଦିନକୁ ବହୁକାଳୁ ଅପେକ୍ଷା କରି ରହିଛନ୍ତି। ରାମ ମନ୍ଦିର ଭାରତୀୟ ଏକତାର ପ୍ରତୀକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଦୁଇବର୍ଷ ତଳୁ ଏହି ମନ୍ଦିରର ଭୂମିପୂଜନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ କାର୍ଯ୍ୟ ସଫଳତାର ସହ ଆଗେଇଚାଲିଛି ବୋଲି ସେ କହିଥିଲେ। ଏବେ ତା’ର ଗର୍ଭଗୃହର ଶିଳାନ୍ୟାସ ହେଲା। ମନ୍ଦିରର ତିନି ମହଲା ଏବଂ ୫ଟି ମଣ୍ଡପର ନିର୍ମାଣ କାର୍ଯ୍ୟ ଯଥାରୀତି ଚାଲିଛି। ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ। ଏହା ୨୦୨୩ ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି। ଗର୍ଭଗୃହରେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ୧୭,୦୦୦ ପଥର ବ୍ୟବହୃତ ହୋଇଛି। ମନ୍ଦିରର ଭବ୍ୟ ସଂରଚନା ନିମନ୍ତେ ରାଜସ୍ଥାନର ବଂଶୀ ପହାଡ଼ପୁରରୁ ପଥର ଅଣାଯାଉଛି। ଅ‌ଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe