ବିଚ୍ ରାସ୍ତାରେ ହାଇଡ୍ରାମା: ମଦ ପିଇ ଯୁବତୀଙ୍କୁ ଗଡ଼ାଇ ତଡ଼ାଇ ମାଡ଼ ମାରିଲେ ୪ଯୁବତୀ

Advertisment
ବିଚ୍ ରାସ୍ତାରେ ହାଇଡ୍ରାମା: ମଦ ପିଇ ଯୁବତୀଙ୍କୁ ଗଡ଼ାଇ ତଡ଼ାଇ ମାଡ଼ ମାରିଲେ ୪ଯୁବତୀ

ଇନ୍ଦୋର: ବିଚ୍ ରାସ୍ତାରେ ଯୁବତୀଙ୍କୁ ଛେଚିଲେ ୪ଯୁବତୀ। ନିଶାଗ୍ରସ୍ତ ହୋଇ ମଧ୍ୟପ୍ରଦେଶରେ ୪ଜଣ ଯୁବତୀ ଜଣେ ଯୁବତୀଙ୍କୁ ରାସ୍ତା ଉପରେ ଗଡ଼ାଇ ତଡ଼ାଇ ମାଡ ମାରିଥିବା ଜଣାପଡ଼ିଛି। ଘଟଣା ସମୟର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୀଡ଼ିତାଜଣକ ପୁଲିସରେ ଏନେଇ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ପବ୍ ବାହାରେ ଏଭଳି ଘଟଣା ଘଟିଛି। ଘଟଣାଟି ନଭେମ୍ବର ୪ରେ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୪ତାରିଖ ରାତିରେ ଏମଆଇଜି ପୁଲିସ ଷ୍ଟେସନ ଅଧିନରେ ଥିବା ଏଲଆଇଜି ଛକରେ ଜଣେ ଯୁବତୀଙ୍କୁ ଆକ୍ରମଣ କରାଯାଇଥିଲା। ଏହାର ଅନେକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ୪ଜଣ ଯୁବତୀ ମିଶି ପୀଡ଼ିତାଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରି ଚାଲିଥିବା ଦେଖାଯାଇଛି।

ରାସ୍ତାରେ ପଡ଼ିଥିବା ପୀଡ଼ିତା ଜୋରରେ ଚିତ୍କାର କରି ସାହାଯ୍ୟ ମାଗୁଥିଲେ ବି କେହି ଆଗକୁ ଆସୁନାହାନ୍ତି। ବିଧା ଗୋଇଠା ସହ ୪ଜଣ ଯୁବତୀ ତାଙ୍କୁ ବେଲ୍ଟରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବହୁତ ଲୋକ ଥାଇ ବି କେହି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁନଥିବା ଭିଡିଓରେ ଦେଖିବାକୁ ମିଳିଛି। ଅଟକାଇବା ପରିବର୍ତ୍ତେ ଲୋକେ ଭିଡିଓ ସୁଟ୍ କରୁଛନ୍ତି। ପୀଡ଼ିତାଙ୍କୁ ମାଡ଼ ମରାଯିବା ସହ ତାଙ୍କ ଫୋନ ମଧ୍ୟ ୪ଜଣ ଯୁବତୀ ଭାଙ୍ଗି ଦେଇଥିବା ଭିଡିଓରେ ଦେଖାଯାଇଛି।

ଏହି ଘଟଣା ପରେ ପୀଡିତା ଏମଆଇଜି ପୁଲିସ ଷ୍ଟେସନକୁ ଯାଇ ୪ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ କହିଛି ଯେ, ନିଶାଗ୍ରସ୍ତ ଥିବା ସମୟରେ ସେମାନଙ୍କର ବିବାଦ ହୋଇଥିଲା। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆମେ ଅଭିଯୁକ୍ତମାନଙ୍କୁ ଖୋଜୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe