ଚାରିଟି ଗ୍ରେନେଡ୍‌ ବିସ୍ଫୋରଣରେ ଦୋହଲି ଗଲା ଆସାମ

ଚାରିଟି ଗ୍ରେନେଡ୍‌ ବିସ୍ଫୋରଣରେ ଦୋହଲି ଗଲା ଆସାମ

Image Source: The Times of India

ଗୌହାଟି: ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରବିବାର ସକାଳେ ଚାରିଟି ଶକ୍ତିଶାଳୀ ଗ୍ରେନେଡ୍‌ ବିସ୍ଫୋରଣ ଆସାମକୁ ଦୋହଲାଇ ଦେଇଛି। ଚାରିଟି ଗ୍ରେନେଡ୍‌ ବିସ୍ଫୋରଣ ମଧ୍ୟରୁ ତିନୋଟି ଡିବ୍ରୁଗଡ଼ ଏବଂ ଗୋଟିଏ ଚରୈଦେଓ ଜିଲ୍ଲାରେ ସଙ୍ଗଠିତ ହୋଇଛି ବୋଲି ପୁଲିସ କହିଛି।

ଡିବ୍ରୁଗଡ଼ ଜିଲ୍ଲାର ଡିବ୍ରୁଗଡ଼ ଥାନା ଅନ୍ତର୍ଗତ ଗ୍ରାହାମ ବଜାର ଏବଂ ଏ. ଟି. ରୋଡ୍‌ସ୍ଥିତ ଗୁରୁଦ୍ୱାର ନିକଟରେ ଦୁଇଟି ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି।
ଅନ୍ୟ ଏକ ବିସ୍ଫୋରଣ ତୈଳ ନଗର ଦୁଲିଆଗଞ୍ଜ ଠାରେ ହୋଇଥିବା କଥା ପୁଲିସ କହିଛି। କିନ୍ତୁ, ସେ ବିଷୟରେ କୌଣସି ବିଶେଷ ସମାଚାର ଆସିନାହିଁ।

publive-image Image Source: Hindustan Times

ଅନ୍ୟ ଏକ ବିସ୍ଫୋରଣ ଘଟିଛି ଚରୈଦେଓ ଜିଲ୍ଲାର ସୋନାରି ଥାନା ଅନ୍ତର୍ଗତ ତୋଏକ୍‌ ଘାଟ ଠାରେ।

ବରିଷ୍ଠ ସରକାରୀ ଅଧିକାରୀମାନେ ବିସ୍ଫୋରଣସ୍ଥଳକୁ ଯାଇଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ଖବର ଆସି ନ ଥିବା କଥା ପୁଲିସ କହିଛି।
ଆସାମର ମୁଖ୍ୟମନ୍ତ୍ରୀ ଶ୍ରବଣାନନ୍ଦ ସୋନୋଓ୍ଵାଲ୍‌ ଟୁଇଟ୍‌ କରିଛନ୍ତି: ଆସାମର ଅଳ୍ପ କେତେକ ସ୍ଥାନରେ ହୋଇଥିବା ବୋମା ବିସ୍ଫୋରଣକୁ ନିନ୍ଦା କରୁଛି। ଲୋକମାନଙ୍କ ଦ୍ୱାରା ପୂର୍ଣ୍ଣରୂପେ ବର୍ଜିତ ହେବା ପରେ ଆଜି ଭଳି ପବିତ୍ର ଦିନରେ ଏହି କାପୁରଷ ଉଦ୍ୟମ ଆତଙ୍କବାଦୀ ସଂଗଠନଗୁଡ଼ିକର ହତାଶା ପ୍ରଦର୍ଶନ କରୁଛି। ଅପରାଧୀଙ୍କୁ ଧରିବା ପାଇଁ ଆମ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏହି ବିସ୍ଫୋରଣ ପାଇଁ ‘ଉଲ୍‌ଫା-ଇ’ ସଂଗଠନ ଦାୟୀ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe