ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ତ୍ରାଲ ସେକ୍ଟରର ବାଟାଗୁଣ୍ଡ ଗାଁରେ ଆତଙ୍କବାଦୀମାନେ ସିଆରପିଏଫ୍ ଟିମ୍ ଉପରକୁ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣାରେ ୨ ଜଣ ଯବାନଙ୍କ ସହିତ ୪ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ଏହି ଅଞ୍ଚଳକୁ ଯବାନମାନେ ଘେରି ଯାଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଥିବା ବେଳେ ଉଭୟ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି।
/sambad/media/post_attachments/wp-content/uploads/2017/12/Lochao-Encounter-1-300x169.jpg)
ସିଆରପିଏଫ୍ର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ପାଖାପାଖି ଦିନ ୧୨ଟାରେ ଦକ୍ଷିଣ କଶ୍ମୀରର ବାଟାଗୁଣ୍ଡ ଅଞ୍ଚଳରେ ପେଟ୍ରୋଲିଂ ଗାଡ଼ି ଯାଉଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସିଆରପିଏଫ୍ର ୨ଜଣ ଯବାନ ଓ ୨ଜଣ ସାଧାରଣ ନାଗରିକ ଗୁରୁତର ହୋଇଥିଲେ। ଏହି ଆକ୍ରମଣ ପରେ ପୁଲଓ୍ଵାମାରେ ଆର୍ଲଟ ଜାରି କରାଯାଇଛି।
ସୂଚନାଯୋଗ୍ୟ ଗତ ମାସରେ ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍ର ଏକ ପ୍ରଶିକ୍ଷଣ ଶିବିରରେ ଆତଙ୍କୀ ଆକ୍ରମଣ କରାଯାଇଥିଲା। ଏଥିରେ ସିଆରପିଏଫ୍ର ୫ ଯବାନ ସହିଦ ହୋଇଥିଲେ। ଅପରପକ୍ଷେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ।
Follow Us