India Today
ଶ୍ରୀନଗର : ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଦୁଇଟି ପୃଥକ ଘଟଣାରେ ବରଫ ଅତଡ଼ା ଧସି ୪ ଜଣ ଯବାନ ସହିଦ ହୋଇ ଯାଇଛନ୍ତି। କାଶ୍ମୀରର ତଙ୍ଗଧର ସେକ୍ଟରରେ ଗତକାଲି ଏକ ସେନା ଘାଟି ଉପରେ ବରଫ ଅତଡ଼ା ଧସିବା ଫଳରେ ୩ ଜଣ ଯବାନ ପୋତି ହୋଇ ଯାଇଥିଲେ। ସମସ୍ତ ଯବାନଙ୍କୁ ଆଜି ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ବାନ୍ଦିପୁରାର ଗୁରେଜ୍ ସେକ୍ଟରରେ ବରଫ ଅତଡ଼ା ଧସି ଅନ୍ୟ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ସହିଦ ଯବାନମାନଙ୍କୁ ଚିହ୍ନଟ କରାଯାଇନି।
ଉଲ୍ଲେଖଯୋଗ୍ୟ ଗତ କିଛି ସପ୍ତାହ ଧରି ବରଫ ଅତଡ଼ା ଧସିବା ଯୋଗୁଁ ଅନେକ ସଂଖ୍ୟାରେ ଯବାନଙ୍କ ମୃତ୍ୟୁ ହେଉଛି। ଗତ ଶନିବାର ଦିନ ସିଆଚୀନ୍ ଗ୍ଲାସିୟର୍ରେ ବରଫ ଅତଡ଼ା ଧସିବା ଫଳରେ ୨ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହା ପୂର୍ବରୁ ଗତ ନଭେମ୍ବର ୧୮ ତାରିଖରେ ମଧ୍ୟ ସିଆଚୀନ୍ରେ ବରଫ ଅତଡ଼ା ଧସି ୪ ଯବାନଙ୍କ ସମେତ ୬ ଜଣ ଆଖି ବୁଜିଥିଲେ।
Follow Us