୪୭୭ ଦିନ ଧରି ପଣବନ୍ଦୀ ଥିବା ୪ ଇସ୍ରାଏଲୀ ମହିଳା ସୈନିକ ମୁକୁଳିଲେ

Advertisment

ଗାଜା ଯୁଦ୍ଧବିରତି ଚୁକ୍ତି ଅନ୍ତର୍ଗତ ହମାସ ଦ୍ବାରା ବନ୍ଧକ ରଖାଯାଇଥିବା ୪ ମହିଳା ଇସ୍ରାଏଲୀ ସୈନିକଙ୍କୁ ଆଜି ମୁକ୍ତ କରାଯାଇଛି।  କରିନା ଆରିବ, ଡାନିଏଲ୍ଲା ଗିଲବୋ, ନମା ଲେଭି ଏବଂ ଲିରି ଆଲବାଗ୍‌ ୪୭୭ ଦିନ ଧରି ପଣବନ୍ଦୀ ଥିଲେ।

ଗାଜା ଯୁଦ୍ଧବିରତି ଚୁକ୍ତି ଅନ୍ତର୍ଗତ ହମାସ ଦ୍ବାରା ବନ୍ଧକ ରଖାଯାଇଥିବା ୪ ମହିଳା ଇସ୍ରାଏଲୀ ସୈନିକଙ୍କୁ ଆଜି ମୁକ୍ତ କରାଯାଇଛି।  କରିନା ଆରିବ, ଡାନିଏଲ୍ଲା ଗିଲବୋ, ନମା ଲେଭି ଏବଂ ଲିରି ଆଲବାଗ୍‌ ୪୭୭ ଦିନ ଧରି ପଣବନ୍ଦୀ ଥିଲେ।

sdsdcc

ନୂଆଦିଲ୍ଲୀ:  ଗାଜା ଯୁଦ୍ଧବିରତି ଚୁକ୍ତି ଅନ୍ତର୍ଗତ ହମାସ ଦ୍ବାରା ବନ୍ଧକ ରଖାଯାଇଥିବା ୪ ମହିଳା ଇସ୍ରାଏଲୀ ସୈନିକଙ୍କୁ ଆଜି ମୁକ୍ତ କରାଯାଇଛି।  କରିନା ଆରିବ, ଡାନିଏଲ୍ଲା ଗିଲବୋ, ନମା ଲେଭି ଏବଂ ଲିରି ଆଲବାଗ୍‌ ୪୭୭ ଦିନ ଧରି ପଣବନ୍ଦୀ ଥିଲେ। ଯୁଦ୍ଧବିରତି ଚୁକ୍ତି ମାନି ହମାସ୍‌ ଦ୍ବାରା ଉପରୋକ୍ତ ‌୪ ସୈନିକଙ୍କୁ ମୁକ୍ତ କରାଯାଇଛି। ଇଣ୍ଟରନେସନାଲ୍‌ ରେଡ କ୍ରସ୍‌ (ଆଇସିଆର୍‌ସି)କୁ ସେମାନଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ମହିଳା ସୈନିକମାନେ ଗାଜା ସିଟିରେ ହମାସ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ମଞ୍ଚ ଉପରକୁ ଆସିଥିଲେ। ସେମାନେ ସମସ୍ତେ ସାମରିକ ପୋଷାକରେ ଥିଲେ ଏବଂ ସେମାନଙ୍କୁ ପଣବନ୍ଦୀ ରଖିଥିବା ହମାସ ଦ୍ବାରା ସେମାନଙ୍କୁ ପ୍ରଦାନ କରାଯାଇଥିବା ବ୍ୟାଗ୍‌ ସେମାନେ ଧରିଥିଲେ।  

ଆଇସିଆର୍‌ସି ଗାଡ଼ିରେ ଚଢ଼ିବାପରେ ଉକ୍ତ ୪ ସୈନିକଙ୍କ ମୁହଁରେ ବହୁତ ଦିନ ଧରି ହଜି ଯାଇଥିବା ହସ ଫୁଟି ଉଠିଥିଲା।  ଉଲ୍ଲେଖଯୋଗ୍ୟ,  ପାଲେଷ୍ଟିନୀୟ କଏଦୀଙ୍କ ବଦଳରେ ସେମାନଙ୍କୁ ମୁକ୍ତ କରାଯାଇଛି। ଉକ୍ତ ମହିଳା ସୈନିକମାନେ ଗାଜା ନିକଟରେ ଏକ ଅବଜରବେସନ୍‌ ପୋଷ୍ଟ୍‌ ନିକଟରେ ମୁତୟନ ହୋଇଥିଲେ ଏବଂ  ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ସମୟରେ ହମାସ ଆତଙ୍କବାଦୀମାନେ ସେମାନଙ୍କୁ ନିଜ ଅକ୍ତିଆରକୁ ନେଇଥିଲେ।  ତେବେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା‌ ଅନ୍ତର୍ଗତ ଆଜି ଦ୍ବିତୀୟ ପର୍ଯ୍ୟାୟରେ ହମାସ ୪ ଇସ୍ରାଏଲୀ ମହିଳା ସୈନିକଙ୍କୁ ଛାଡ଼ିଛି।  ପ୍ରଥମେ ଗତ ରବିବାର ୯୦ ପାଲେଷ୍ଟିନୀୟ କଏଦୀଙ୍କ ବଦଳରେ ହମାସ ୩ ଇସ୍ରାଏଲୀ ନାଗରିକଙ୍କୁ ଛାଡ଼ିଥିଲା।  ଇସ୍ରାଏଲ ମୁକ୍ତ କରିଥିବା କଏଦୀଙ୍କ ମଧ୍ୟରେ ହମାସ, ଇସଲାମିକ ଜିହାଦ ଏବଂ ପିଏଫ୍‌ଏଲ୍‌ପି (ପପୁଲାର ଫ୍ରଣ୍ଟ ଫର୍‌ ଦି ଲିବରେସନ ଅଫ୍‌ ପାଲେଷ୍ଟାଇନ୍‌) ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଜୀବନ କାରାଦଣ୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe