House fire: ରାତିରେ ଘରେ ନିଆଁ ଲାଗି ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ

ଗୁଜରାଟର ଗୋଧ୍ରାରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାପା-ମା’ ଓ ଦୁଇ ପୁଅ ଅଛନ୍ତି। ଶୁକ୍ରବାର କମଲଭାଇ...

Untitled-17

ଅହମଦାବାଦ: ଗୁଜରାଟର ଗୋଧ୍ରାରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାପା-ମା’ ଓ ଦୁଇ ପୁଅ ଅଛନ୍ତି। ଶୁକ୍ରବାର କମଲଭାଇ ଦୋଶି (୫୦) ଓ ଦେବଲବେନ (୪୫)ଙ୍କ ବଡ଼ପୁଅ ଦେବ (୨୪)ଙ୍କର ନିର୍ବନ୍ଧ ହୋଇଥାନ୍ତା। 
ରାତିରେ ନିର୍ବନ୍ଧ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ଏବଂ ସାନ ପୁଅ ରାଜ (୨୨)ଙ୍କ ସମେତ ସମସ୍ତେ ଶୋଇବାକୁ ଯାଇଥିଲେ। କିନ୍ତୁ ରାତିରେ ଘରର ତଳମହଲାରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ସୋଫା ପୋଡ଼ିଯାଇଥିଲା ଓ ନିଆଁ ଧୀରେ ସମଗ୍ର ଘରକୁ ବ୍ୟାପି ଯାଇଥିଲା। ଘରର କବାଟ ଓ ଝରକା ସବୁ ବନ୍ଦ ଥିବାରୁ ବିଷାକ୍ତ ଧୁଆଁ ବାହାରକୁ ବାହାରି ପାରିନଥିଲା। ଘରେ ଶୋଇଥିବା ପରିବାର ଚାରି ସଦସ୍ୟଙ୍କର  ଧୂଆଁ ଯୋଗୁଁ ମୃତ୍ୟୁ ହୋଇଥିଲା। ପଡ଼ୋଶୀମାନେ ସକାଳେ କମଲ ‌ଦୋଶିଙ୍କ ଘରୁ ଧୂଆଁ ବାହାରୁଥିବା ଦେଖି  ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବାବେଳେକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା।  ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe