ହାଇଦ୍ରାବାଦରେ ଆଉ ୪ ନାବାଳିକା ଗଣଦୁଷ୍କର୍ମର ଶିକାର

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଗଣଦୁଷ୍କର୍ମର ଦୃଶ୍ୟ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

The Indian Express

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜାତୀୟ ସ୍ତରରେ ମୁଖ୍ୟ ଶିରୋନାମା ପାଲଟିଥିବାବେଳେ ସହରରେ ନାବାଳିକାଙ୍କ ଉପରେ ଆଉ ଚାରିଟି ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ୧୨ ବର୍ଷୀୟା ବାଳିକା ତାଙ୍କ ଜେଜେମା’ଙ୍କ ଘରକୁ ଯାଉଥିବାବେଳେ ଦୁଇ ଜଣଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିଲେ। ମେ ୩୧ରେ ଝିଅଟି ନିଖୋଜ ଥିବାବେଳେ ଏହି ଘଟଣା ଘଟିଥିଲା। ଜୁନ୍ ୧ ତାରିଖରେ ପୁଲିସ ପାଟ୍ରୋଲିଂ ବେଳେ ନାବାଳିକାକୁ ସୁଲତାନସାହି ଅଞ୍ଚଳରୁ ପାଇଥିଲା। କ୍ୟାବ୍‌ ଡ୍ରାଇଭର ନାବାଳିକାକୁ କୋଣ୍ଡର୍ଗର ଏକ ବନ୍ଧୁଙ୍କ ଘରକୁ ନେଇ ଯାଇଥିଲା। ସେଠାରେ ଦୁହେଁ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପରଦିନ ସକାଳେ ସେମାନେ ତାଙ୍କୁ ଛାଡି ଦେଇଥିଲେ। ଉଭୟ ଅଭିଯୁକ୍ତ ଶେଖ୍ କଲିମ (୩୬) ଏବଂ ମହମ୍ମଦ ଲକମାନ ଅହମଦ ୟାଜଦାନିଙ୍କୁ ପୁଲିସ ଗିରଫ କରିଛି।

ଦ୍ୱିତୀୟ ମାମଲାରେ ଏକ ଖୁଚୁରା ଦୋକାନରେ କାମ କରୁଥିବା ଜଣେ ନାବାଳିକାକୁ ମହମ୍ମଦ ସୁଫିଆନ୍(୨୧) ମେ ୩୧ରେ ନିଜ ଘରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ। ପରେ ନାବାଳିକା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଅଭିଯୁକ୍ତକୁ କାଲା ପଥର ପୁଲିସ ଗିରଫ କରିଥିଲା। ଅନାଥାଶ୍ରମର ଅନ୍ୟ ଜଣେ ନାବାଳିକା ଏପ୍ରିଲ ୨୨ରେ ଏକ କାର୍‌ରେ ଦୁଷ୍କର୍ମର ଶିକାର ହୋଇଥିଲେ ହେଁ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ନାବାଳିକା ଅଭିଯୁକ୍ତଙ୍କ ସହ ଜନ୍ମଦିନ ଭୋଜି କରିବାକୁ ଯାଇଥିଲା। କେକ୍ କିଣିବା ଏବଂ ତାଙ୍କ ସହ କଥା ହେବା ବାହାନା କରି କାର୍‌ ଭିତରେ ତାକୁ ଦୁଷ୍କର୍ମ କରିଥିଲା। ଅନାଥାଶ୍ରମରେ ନାବାଳିକା ନିକଟରୁ ଏକ ଫୋନ୍ ମିଳିବା ପରେ ପଚରାଉଚରା କରାଯାଇଥିଲା। ଅଭିଯୁକ୍ତ ସେହି ଫୋ‌ନ୍‌ଟି ଦେଇଥିବା ନାବାଳିକା ସ୍ୱୀକାର କରିଛନ୍ତି। ଫଟୋଗ୍ରାଫି ଦୋକାନରେ କାମ କରୁଥିବା ୨୩ ବର୍ଷୀୟ ଅଭିଯୁକ୍ତ ସୁରେଶକୁ ଗିରଫ କରାଯାଇ ରାମଗୋପାଲପେଟ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା।

ଚତୁର୍ଥ ମାମଲା ଏକ ସିନେମା ହଲ୍‌ ଭିତରେ ଝିଅଟି ଦୁଷ୍କର୍ମର ଶିକାର ହୋଇଛି। ନାବାଳିକା ଜଣକ ଅଭିଯୁକ୍ତ ନାବାଳକ ଦ୍ୱାରା ଏକ ଫିଲ୍ମ ଦେଖିବା ପାଇଁ ପ୍ରଲୋଭିତ ହୋଇଥିଲା। ଖବର ମୁତାବକ, ଏହି ଘଟଣା ଏକ ମାସ ପୂର୍ବରୁ ଘଟିଥିଲା ​​ଏବଂ ରାଜେନ୍ଦ୍ର ନଗର ସର୍କଲରେ ଏକ ମାମଲା ରୁଜୁ ହୋଇଥିଲା। ଏହିଭଳି ରାଜ୍ୟରେ ନାବାଳିକାମାନେ ଗଣଦୁଷ୍କର୍ମର ଶିକାର ହେଉଥିବାରୁ ମାମଲା ରାଜନୈତିକ ରଙ୍ଗ ନେଇଛି। ଜଣେ ୧୭ ବର୍ଷୀୟା ବାଳିକାକୁ ଗତ ୨୮ ତାରିଖ ଦିନ ହାଇଦ୍ରାବାଦର ଜୁବୁଲି ହିଲ୍ସ ଅଞ୍ଚଳରେ ଏକ ପାର୍ଟି ପରେ ଘରକୁ ଫେରୁଥିବା ବେଳେ ପାଞ୍ଚ ଜଣ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଏକ ରାଜନୈତିକ ଲଢ଼େଇରେ ପରିଣତ ହୋଇଛି। ପୁଲିସ ଦ୍ୱାରା ଧରାଯାଇଥିବା ଜଣେ ନାବାଳକ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ପାର୍ଟି (ଟିଆର୍‌ଏସ୍‌)ର ଜଣେ ସ୍ଥାନୀୟ ନେତାଙ୍କ ପୁଅ ହୋଇଥିବାରୁ ଶାସକ ଦଳ ଏବଂ ବିଜେପି ମଧ୍ୟରେ ବିବାଦ ମୁଣ୍ଡ ଟେକିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe