ଅସହ୍ୟ ହେଲା ଗରମ, କେରଳ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଚାରିଜଣ ଯାତ୍ରୀଙ୍କ ମୃତ୍ୟୁ

Advertisment
ଅସହ୍ୟ ହେଲା ଗରମ, କେରଳ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଚାରିଜଣ ଯାତ୍ରୀଙ୍କ ମୃତ୍ୟୁ

Khas Khabar

ଝାନ୍‌ସି: ଦେଶର ଅନେକ ସ୍ଥାନରେ ଭୀଷଣ ଗରମ ସାଧାରଣଜନତାଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଭୀଷଣ ଗରମ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି। ସାଧାରଣତଃ ଟ୍ରେନ୍‌ର ଜେନେରାଲ ଓ ସ୍ଲିପର କୋଚରେ ଗରମ ହେତୁ ଯାତ୍ରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥାଏ। ଏହି ଅସହ୍ୟ ଗରମ ହେତୁ ସୋମବାର ଆଗ୍ରା ଓ ଝାନ୍‌ସି ମଧ୍ୟରେ କେରଳ ଏକ୍ସପ୍ରେସ୍‌ର ସ୍ଲିପର କୋଚରେ ଯାତ୍ରା କରୁଥିବା ଚାରିଜଣ ଯାତ୍ରୀଙ୍କ ପ୍ରାଣବାୟୁ ଉଡି ଯାଇଛି। ଏହି ଯାତ୍ରୀ ଆଗ୍ରାରୁ କୋଏମ୍ବାଟୁର ଯାଉଥିଲେ।

publive-image India TV

ସୂଚନାଯୋଗ୍ୟ, ୧୦ଦିନ ପୂର୍ବରୁ ୬୮ଜଣ ଯାତ୍ରୀଙ୍କ ଏକ ଦଳ ତାମିଲନାଡୁରୁ ବାରାଣାସୀ ଓ ଆଗ୍ରା ବୁଲିବାକୁ ଆସିଥିଲେ। ବାରାଣାସୀ ବୁଲିବା ପରେ ଶନିବାର ଆଗ୍ରାରେ ପହଞ୍ଚିଥିଲେ। ଏଠାରେ ବୁଲିବା ପରେ ସୋମବାର ଦ୍ୱିପହରରେ ପାଖାପାଖି ଅଢ଼େଇଟା ସମୟରେ ସମସ୍ତ ଯାତ୍ରୀ ଆଗ୍ରା କ୍ୟାଣ୍ଟରୁ କୋଏମ୍ବାଟୁର ଯିବା ପାଇଁ କେରଳ ଏକ୍ସପ୍ରେସ୍‌ (୧୨୬୨୬)ର ଏସ୍‌-୮ ଓ ଏସ୍‌-୯ କୋଚରେ ଯାଉଥିଲେ।

ଅଭିଯୋଗ ଆସିଛି କି ଆଗ୍ରାରୁ ଝାନ୍‌ସି ମଧ୍ୟରେ ସିଗନାଲ ନହେବା କାରଣରୁ ଟ୍ରେନ୍‌ ପ୍ରଚଣ୍ଡ ଖରାରେ ଅଟକି ରହିଥିଲା। ଏହି ସମୟରେ କୋଚରେ ଥିବା ଯାତ୍ରୀ ଗରମରେ ହନ୍ତସନ୍ତ ହେବାକୁ ଲାଗିଥିଲେ। ଏଥିରେ ପାଞ୍ଚଜଣ ଯାତ୍ରୀଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଟ୍ରେନ୍‌ ମଝି ରାସ୍ତାରେ ଥିବା ହେତୁ ସେମାନଙ୍କୁ ଚିକିତ୍ସା ବି ମିଳି ପାରିଲା ନାହିଁ। ଫଳରେ ଚାରିଜଣ ଯାତ୍ରୀଙ୍କ ଟ୍ରେନ୍‌ରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା।

publive-image ABP Live

ଯାତ୍ରୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଟ୍ରେନ୍‌ରେ ଲୋକମାନେ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲେ। ଶବକୁ ଝାନ୍‌ସି ରେଲେଓ୍ଵ ଷ୍ଟେସନ୍‌ରେ ଓହ୍ଲାଇ ଦିଆଯାଇ ସେମାନଙ୍କ ପରିଜନକୁ ସୂଚନା ଦିଆଯାଇଥିଲା। ମୃତକ ତାମିଲନାଡୁର ନୀଳଗିରି ନିବାସୀ ୮୦ବର୍ଷୀୟ ପାଚି ଅପ୍ପା ପଲାନି ସ୍ୱାମୀ, ୬୯ବର୍ଷୀୟ ବାଳକୃଷ୍ଣନ ରାମାସ୍ୱାମୀ, କୋଏମ୍ବାଟୁରର ୭୧ବର୍ଷୀୟ ଚିନ୍ନାରେ ଓ ଉଟ୍ଟି କନ୍ନୁର ନିବାସୀ ୮୭ବର୍ଷୀୟ ସୁବରୟା ବୋଲି ଜଣାପଡ଼ିଛି। ଜଣେ ଯାତ୍ରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe