ଜାପାନରେ ୨ ପୁଲିସ ଅଫିସରଙ୍କ ସମେତ ୪ ଜଣଙ୍କୁ ହତ୍ୟା

Advertisment
ଜାପାନରେ ୨ ପୁଲିସ ଅଫିସରଙ୍କ ସମେତ ୪ ଜଣଙ୍କୁ ହତ୍ୟା

Times of India

ଟୋକିଓ : କେନ୍ଦ୍ରୀୟ ଜାପାନର ନାଗାନୋର ଏକ ଫାର୍ମରେ ଛୁରୀ ଭୁସି ଏବଂ ଗୁଳି ଚଳାଇ ଜଣେ ବ୍ୟକ୍ତି ୪ ଜଣଙ୍କୁ ହତ୍ୟା କରିଛି। ସେମାନଙ୍କ ମଧ୍ୟରେ ୨ ଜଣ ପୁଲିସ ଅଧିକାରୀ ଅଛନ୍ତି। ହତ୍ୟାର ଶିକାର ହୋଇଥିବା ଅନ୍ୟ ଦୁଇଜଣ ହେଉଛନ୍ତି ମହିଳା। ଜଣେ ମହିଳା ଏବଂ ଦୁଇଜଣ ପୁଲିସ ଅଧିକାରୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ଅନ୍ୟ ଜଣେ ମହିଳା ସନ୍ଦିଗ୍ଧ ନିକଟରେ ଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ଛୁରୀ ଏବଂ ବନ୍ଧୁକରେ ହତ୍ୟା କରିବା ପରେ ସନ୍ଦିଗ୍ଧ ବ୍ୟକ୍ତିଜଣକ ଏକ ଘରେ ଲୁଚିଥିବାବେଳେ ପୁଲିସ ତାକୁ ଧରିଛି।

ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିବା ପାଇଁ ଶୁକ୍ରବାର ସକାଳେ ପୁଲିସ ଏକ କୋର୍ଟ ୱାରେଣ୍ଟ ଆଣିଛି। ସନ୍ଦିଗ୍ଧ ବ୍ୟକ୍ତିକୁ ପୁଲିସ ଧରିଥିଲେ ମଧ୍ୟ ଆନୁଷ୍ଠାନିକ ଗିରଫ ହୋଇ ନଥିବାରୁ ତା ସଂପର୍କରେ ସୂଚନା ଦେଇନାହିଁ। ପୁଲିସ ସଂପୃକ୍ତ ଘର ଚାରିପଟେ ୩୦୦ ମିଟର ସିଲ୍‌ କରି ରଖିଛି। ଜାପାନରେ ଏଭଳି ଅପରାଧ ପ୍ରାୟ ବିରଳ। ଦେଶରେ ବନ୍ଧୁକ ରଖିବା ନିୟମ ଅତ୍ୟନ୍ତ କଠୋର ହୋଇଥିବାରୁ ଅଳ୍ପ କେତୋଟି ଗୁଳିକାଣ୍ଡ ଘଟଣା ଦେଖିବାକୁ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe