ସିଙ୍ଘୁ ସୀମାନ୍ତରେ ଘନକୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା: ଚାରି ଭାରତ୍ତୋଳକ ମୃତ

Advertisment
ସିଙ୍ଘୁ ସୀମାନ୍ତରେ ଘନକୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା: ଚାରି ଭାରତ୍ତୋଳକ ମୃତ

Image Courtesy of TOI

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ କାର୍‌ ଦୁର୍ଘଟଣା ଯୋଗୁଁ ୪ ଜଣ ଭାରତ୍ତୋଳକଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ଦୁଇ ଆହତଙ୍କ ମଧ୍ୟରେ ଅଛନ୍ତି ବିଶ୍ୱ ଚାମ୍ପିଅନ୍‌ ସକଶାମ ଯାଦବ। ଦିଲ୍ଲୀ ବାହାରେ ଅଲିପୁର ସିଙ୍ଘୁ ସୀମାନ୍ତରେ କାର୍‌ଟି ଘନ କୁହୁଡ଼ି ଯୋଗୁଁ ଦୁର୍ଘଟନାଗ୍ରସ୍ତ ହୋଇଥିଲା।

ଯାଦବ ଏବଂ ତାଙ୍କ ସହକର୍ମୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପାନିପତ ଠାରେ ଏକ କ୍ରୀଡ଼ାନୁଷ୍ଠାନରୁ ଖେଳାଳିମାନେ ଫେରୁଥିବା ବେଳେ ଭୋର୍‌ ପ୍ରାୟ ୪ଟା ବେଳେ ଦୁର୍ଘଟଣା ଘଟିଥିଲା। ସମ୍ଭବତଃ ଅନ୍ୟ କୌଣସି ଗାଡ଼ିକୁ ଟପିଯିବାକୁ ଚେଷ୍ଟା କରିବାବେଳେ କାର୍‌ ଡ୍ରାଇଭର୍‌ କାର୍‌କୁ ନିୟନ୍ତ୍ରଣ କରି ନ ପାରିବାରୁ ତାହା ରାସ୍ତକଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଗୋଟିଏ ଜାଗାରେ ସ୍ଥିର ହୋଇ ପଡ଼ି ରହବା ପୂର୍ବରୁ କାର୍‌ଟି ଅନେକ ପେଞ୍ଚ ଗଡ଼ି ଗଡ଼ି ଯାଇଥିଲା।

ଦୁର୍ଘଟନାରେ ଦେହାନ୍ତ ହୋଇ ଥିବା ବ୍ୟକ୍ତମାନେ ହେଉଛନ୍ତି ହରିଶ, ଟିଙ୍କୁ ଏବଂ ସୁରଜ। ଚତୁର୍ଥ ବ୍ୟକ୍ତିଙ୍କର ପରିଚୟ ମଳିନାହିଁ। ଯାଦବଙ୍କ ସହଯୋଗୀ ବାଳି ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି।

ସେ ଛଅ ଜଣ କ୍ରୀଡ଼ାବିତ୍‌ଙ୍କୁ ପିସିଆର୍‌ ଟିମ୍‌ ରାଜା ହରିଶ୍ଚନ୍ଦ୍ର ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଯାଦବ ଏବଂ ବାଳିଙ୍କୁ ଶାଲିମାର୍‌ବାଗ୍‌ ସ୍ଥିତ ମ୍ୟାକ୍ସ୍‍ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଛି।

ଧାରା ୩୦୪ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ସିଙ୍ଘୁ ସୀମାନ୍ତରେ ଲାଗିଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe