୨୨ରେ ଶପଥ ନେବେ ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ

Advertisment
ଜୁନ୍ ୧୩ରେ ରାଜ୍ୟସଭା ଉପନିର୍ବାଚନ

ନୂଆଦିଲ୍ଲୀ : ଓଡ଼ିଶାର ୪ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ୨୨ରେ ଶପଥ ଗ୍ରହଣ କରିବେ। ଏହି ଚାରି ଜଣ ସଦସ୍ୟ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଶପଥ ନେବାର ଥିଲା। କିନ୍ତୁ କରୋନା କଟଣା ଓ ଲକ୍‌ଡାଉନ ଯୋଗୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡୁ ଶପଥ ଗ୍ରହଣ ଉତ୍ସବକୁ ବାତିଲ କରିଦେଇଥିଲେ।

ଆଜି ରାଜ୍ୟସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ୬୧ ସଦସ୍ୟ ୨୨ ରେ ଶପଥ ନେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ସୂଚନା ଦିଆଯାଇଛି। ପ୍ରଥମଥର ପାଇଁ ୬୧ ଜଣ ସଦସ୍ୟ ରାଜ୍ୟସଭାର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ଦେଖିବା ପାଇଁ ନିର୍ବାଚିତ ସଦସ୍ୟଙ୍କ ପରିବାରର ଏକମାତ୍ର ସଦସ୍ୟ କିମ୍ବା ଅତିଥି ଯୋଗ ଦେଇପାରି‌େବ। ରାଜ୍ୟସଭା ଗ୍ୟାଲେରୀରେ ସାମଜିକ ଦୂରତ୍ବ ନିୟମ ଅନୁସାରେ ନିର୍ବାଚିତ ସଦସ୍ୟଙ୍କ ପରିବାରର ସଦସ୍ୟ/ଅତିଥିଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବାର ରାଜ୍ୟସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟସଭା ସେକ୍ରେ‌ଟାରୀ ଜେନେରାଲଙ୍କ ଦ୍ବାରା ନବନିର୍ବାଚିତ ସଦସ୍ୟମାନଙ୍କୁ ୨୨ ତାରିଖରେ ଶପଥ ଗ୍ରହଣ କରିବା ପାଇଁ ପତ୍ର ଲେଖାଯିବ, ଯେଉଁମାନେ ସେଦିନ ଶପଥ ଗ୍ରହଣ କରିପାରିବେ ନାହିଁ, ସେମାନେ ମୌସୁମୀ ଅଧିବେଶନରେ ଶପଥ ନେବେ। ନବନିର୍ବାଚିତ ସଦସ୍ୟମାନେ ବିନା ଶପଥ ଗ୍ରହଣରେ କମିଟି ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe