ବିଦ୍ୟୁତ ନଥିବା ହେତୁ ମୋବାଇଲ ଫୋନ ଆଲୋକରେ ୪ଜଣ ମହିଳାଙ୍କ ପ୍ରସବ କରାଇଥିଲେ ଡାକ୍ତର

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଡାକ୍ତରମାନେ ମୋବାଇଲ ଫୋନ ଆଲୋକରେ ରୋଗୀଙ୍କ ଚିକିତ୍ସା କରିଥିବା ସହିତ ‌ ୪ଜଣ ମହିଳାଙ୍କ କରାଇଥି‌ଲେ ପ୍ରସବ ।

gjh

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ବେରୁଆରବାରିରେ ଥିବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଅବହେଳାର ଘଟଣା ସାମ୍ନାକୁ ଆସିଛି। 

ଏଠାରେ ଡାକ୍ତରମାନେ ମୋବାଇଲ ଫୋନ ଆଲୋକରେ ଜଣେ ନୁହେଁ ଚାରି ଜଣ ମହିଳାଙ୍କ ପ୍ରସବ କରାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ନିର୍ଦ୍ଦେଶ ପରେ ଘଟଣାକୁ ଗମ୍ଭୀରତା ସହ ନେଇ ଉପମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି।

ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଞ୍ଜୀବ ବର୍ମନ ଶୁକ୍ରବାର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ସୋମବାର ରାତିରେ ବେରୁଆରବାରିରେ ଅବସ୍ଥିତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋବାଇଲ ଫୋନ ଆଲୋକରେ ଚାରି ଜଣ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଥିବା ଖବର ଗଣମାଧ୍ୟମ ମାଧ୍ୟମରେ ସୂଚନା ମିଳିଛି।

ଜିଲ୍ଲା ମୁଖ୍ୟାଳୟରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ବେରୁଆରବାରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତତିନି ଦିନ ପୂର୍ବରୁ ପୋଡ଼ି ଯାଇଥିଲା। ଯେଉଁ କାରଣରୁ ଡାକ୍ତରମାନେ ମୋବାଇଲ ଆଲୋକ‌ରେ ରୋଗୀଙ୍କ ଚିକିତ୍ସା କରାଇବା ସହିତ ୪ଜଣ ଗର୍ଭବତୀଙ୍କ ପ୍ରସବ କରାଇଥିବାର ଆମେ ଅଭିଯୋଗ ପାଇଛୁ।। ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାଜନକ ଘଟଣା। ଆମେ ସୂଚନା ପାଇଛୁ କି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର ଏବଂ ଡିଜେଲ ଉପଲବ୍ଧ ଥିଲା। ତଥାପି ଏପରି ବିପଦଜନକ ଭାବେ କାହିଁକି ରୋଗୀଙ୍କ ଚିକିତ୍ସା  କରାଯାଇଥିଲା ଏନେଇ ଘଟଣାରେ ସମ୍ପୃକ୍ତ ଥିବା ଡାକ୍ତରମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। 

ରିପୋର୍ଟ ଅନୁସାରେ, ସୋମବାର ରାତିରେ, ନୀତୁ ଦେବୀ, ମଞ୍ଜୁ ଦେବୀ, ପିଙ୍କି ଦେବୀ ଏବଂ ରଜିଆ ଖାତୁନଙ୍କ ପ୍ରସବ ମୋବାଇଲ୍ ଫୋନ୍ ଆଲୋକରେ କରାଯାଇଥିବା  ପରିବାରଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe