ହସ୍ପିଟାଲ ବିଛଣାରେ ପଡ଼ିଛି ଆହତ ଶିଶୁ, ବୋମାମାଡ଼ରେ ଚାଲିଗଲା ପରିବାରର ୧୪ ସଦସ୍ୟଙ୍କ ଜୀବନ

Advertisment
ହସ୍ପିଟାଲ ବିଛଣାରେ ପଡ଼ିଛି ଆହତ ଶିଶୁ, ବୋମାମାଡ଼ରେ ଚାଲିଗଲା ପରିବାରର ୧୪ ସଦସ୍ୟଙ୍କ ଜୀବନ

ନୂଆଦିଲ୍ଲୀ: ମା’ ମା’ ଡାକି ୪ବର୍ଷର ଶିଶୁ ହସ୍ପିଟାଲ ବିଛଣାରେ ପଡ଼ି ଆଖି ଖୋଲିଲା ବେଳକୁ ଆଉଁସି ଦେବାକୁ ତା’ ପାଖରେ ପରିବାରର କୌଣସି ସଦସ୍ୟ ଜୀବିତ ରହି ନଥିଲେ। ଗାଜାରେ ବୋମା ବିସ୍ଫୋରଣ ହେତୁ ଉକ୍ତ ଶିଶୁର ଘର ବି ବିସ୍ଫୋରଣରେ ଧ୍ବଂସ ପାଇଯାଇଥିଲା। ଏହି ବିସ୍ଫୋରଣରେ ଶିଶୁଟିର ବାପା, ମା’ ଓ ଭାଇଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଉକ୍ତ ୪ବର୍ଷିୟ ଶିଶୁର ନାମ ଫୁଲା ଅଲ୍-ଲହମ୍ ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଫୁଲାଙ୍କ ଘର ଉପରେ ବୋମା ପଡ଼ିବାରୁ ତାହା ବିସ୍ଫୋରଣରେ ଧ୍ବଂସ ହୋଇଯାଇଥିଲା। ଅନ୍ୟଏକ ସ୍ଥାନରେ ରହୁଥିବା ଫୁଲାଙ୍କ ଜେଜେମା’ କହିଛନ୍ତି, ‘‘କୌଣସି ଚେତାବନୀ ବିନା ଆକସ୍ମିକ ବୋମାମାଡ଼ କରାଯାଇଥିଲା। ମୋ ପରିବାରରେ ନାତୁଣୀକୁ ଛାଡ଼ି ଦେଲେ ଆଉ କୌଣସି ସଦସ୍ୟ ଜୀବିତ ନାହାନ୍ତି। ଫୁଲା ଆଖି ସାମ୍ନାରେ ଏସବୁ ଘଟିଥିବା ବେଳେ ସେ ପୂରାପୂରି ସ୍ତବ୍ଧ ହୋଇଯାଇଛି। ଆହତ ଅବସ୍ଥାରେ ହସ୍ପିଟାଲ ବିଛଣାରେ ପଡ଼ି ରହିଛି। କାହାରି ସହିତ କଥା ହେଉ ନାହିଁ। କେବଳ ଔଷଧ ଓ ଖାଇବା ଖାଇବା ପାଇଁ ପାଟି ଖୋଲୁଛି। ନଚେତ ଚୁପ ରହୁଛି।’’

ସେ ପୁଣି କହିଛନ୍ତି, ‘‘ମୁଁ ଏହାକୁ ଫୁଲାର ସୌଭାଗ୍ୟ କହିବି ନା ଦୁର୍ଭାଗ୍ୟ କହିବି କିଛି ବୁଝି ପାରୁ ନାହିଁ। ସୌଭାଗ୍ୟ ଏଥିପାଇଁ କହିବି କି ଏତେ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ ବି ତାର ଜୀବନ ବଞ୍ଚିଯାଇଛି। ସେହିପରି ଦୁର୍ଭାଗ୍ୟ ଏଥିପାଇଁ କି ବାପା, ମା’, ଭାଇ ଓ ଭଉଣୀକୁ ହରାଇବା ପ‌ରେ ସେ ଏତେ ବଡ଼ ଦୁନିଆରେ ବଞ୍ଚିବ କିପରି? କାରଣ ମୁଁ ତ ବୃଦ୍ଧା ହେଲିଣି। ବିଛଣାରୁ ଉଠି ପାରୁ ନାହିଁ। ମୋର କେତେବେଳେ କ’ଣ ହେବ କିଛି ଜଣାନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe