Times of India
କୋଟା: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଘଟିଛି। ବୁନ୍ଦି ଜିଲ୍ଲା ଅଧୀନସ୍ଥ ଇନ୍ଦ୍ରଗଡ଼ ଅଞ୍ଚଳରେ ମନ୍ଦିର ଯିବାପାଇଁ ପ୍ରାୟ ୪୦ ଜଣ ଲୋକ ଚମ୍ବଲ ନଦୀ ପାରି ହେଉଥିବାବେଳେ ଅଧା ନଈରେ ଡଙ୍ଗା ବୁଡ଼ି ଯାଇଥିଲା। ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ପ୍ରାୟ ୮.୪୫ ସମୟରେ ଖଟୋଲି ଥାନା ଅଧୀନରେ ଏହି ଘଟଣା ଘଟିଛି। ଡଙ୍ଗା ବୁଡ଼ିଯିବା ପରେ ୨୦-୨୫ ଜଣ ପହଁରି ପହଁରି ନଦୀ ପାରି ହୋଇ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା। କିନ୍ତୁ ଉଦ୍ଧାର ସତ୍ତ୍ବେ ୧୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ୫୦ ଜଣ ଲୋକ କମଳେଶ୍ବର ମହାଦେବଙ୍କୁ ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ଦର୍ଶନ ପୂର୍ବରୁ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି।
Follow Us