ଚତୁର୍ଥ ବ୍ୟାଚ୍‌ରେ କରୋନାଭାଇରସ୍‌ ପ୍ରପୀଡ଼ିତ ଇରାନ୍‌ରୁ ଫେରିଲେ ୫୩ଜଣ ଭାରତୀୟ

Advertisment
ଚତୁର୍ଥ ବ୍ୟାଚ୍‌ରେ କରୋନାଭାଇରସ୍‌ ପ୍ରପୀଡ଼ିତ ଇରାନ୍‌ରୁ ଫେରିଲେ ୫୩ଜଣ ଭାରତୀୟ

Image Source: Hindustan Times

ନୂଆଦିଲ୍ଲୀ: ଚତୁର୍ଥ ବ୍ୟାଚ୍‌ରେ ଇରାନ୍‌ର ତେହେରାନ୍‌ ଏବଂ ଶିରାଜ୍‌ରୁ ୫୩ ଜଣ ଭାରତୀୟ ସ୍ୱଦେଶକୁ ଫେରିଆସିଥିବା କଥା ସୋମବାର ପ୍ରତ୍ୟୁଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

୫୩ ଭାରତୀୟଙ୍କ ମଧ୍ୟରୁ ୫୨ ଜଣ ହେଉଛନ୍ତି ବିଦ୍ୟାର୍ଥୀ ଓ ଜଣେ ଶିକ୍ଷକ। ଏହାକୁ ମିଶାଇ ଇରାନ୍‌ରୁ ସମୁଦାୟ ୩୮୯ଜଣ ଭାରତୀୟ ସ୍ୱଦେଶକୁ ଫେରିଆସିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରିଛନ୍ତି: ଚତୁର୍ଥ ଛେକରେ ଇରାନ୍‌ର ତେହେରାନ୍‌ ଏବଂ ଶିରାଜ୍‌ରୁ ୫୨ଜଣ ବିଦ୍ୟାର୍ଥୀ ଏବଂ ଜଣେ ଶିକ୍ଷକ ଆସି ପହଞ୍ଚିଛନ୍ତି। ଏହାକୁ ମିଶାଇ ମୋଟ୍‌ ୩୮୯ଜଣ ଭାରତୀୟ ଇରାନ୍‌ରୁ ଭାରତକୁ ଫେରିଛନ୍ତି। ଟିମ୍‌ ଇଣ୍ଡିଆ ଇନ୍‌ ଇରାନ୍‌ ଏବଂ ଇରାନୀୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ରବିବାର ପ୍ରତ୍ୟୁଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରିଥିଲେ ଯେ ଇରାନ୍‌ରେ ଅଟକି ରହିଥିବା ପ୍ରାୟ ୨୩୪ଜଣ ଭାରତୀୟ ସ୍ୱଦେଶରେ ପହଞ୍ଚିଛନ୍ତି।

publive-image Image Source: The Economic Times

ଗତ ଅଳ୍ପ କିଛି ଦିନ ହେବ ଇରାନ୍‌ରେ ରହିଯାଇଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବାକୁ ଭାରତ ସ୍ଥାନାନ୍ତର ଅଭିଯାନ ଚଳାଇଛି।

ମଙ୍ଗଳବାର ଦିନ ପ୍ରଥମ ଛେକରେ ୫୩ଜଣ ଭାରତୀୟଙ୍କୁ ସି୧୭ ସାମରିକ ପରିବହନ ବିମାନରେ ଭାରତକୁ ଫେରାଇ ଅଣାଯାଇଥିଲା। ଏହାପରେ ଶୁକ୍ରବାର ଦିନ ଅନ୍ୟ ୪୪ଜଣ ଭାରତୀୟଙ୍କୁ ସେଠାରୁ ସ୍ୱଦେଶକୁ ଫେରାଇ ଅଣାଯାଇଥିଲା।

କରୋନାଭାଇରସ୍‌ ସଂକ୍ରମଣ ଉତ୍କଟ ହୋଇଥିବା ଦେଶମାନଙ୍କ ମଧ୍ୟରେ ଇରାନ୍‌ ଅନ୍ୟତମ। ଏଥିଯୋଗୁଁ ସେଠାରେ ୭୨୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହୁରି ୧୪, ୦୦୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା କଥା ସେଠାକାର ଏକ ଗଣମାଧ୍ୟମସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe