www.republicworld.com
ପ୍ୟାରିସ୍: କରୋନା ଭାଇରସ୍କୁ ନେଇ ସାରା ବିଶ୍ବରେ ଲକ୍ଡାଉନ୍ ଚାଲିଥିବା ବେଳେ ଧାର୍ମିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି। ଭାରତରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ସହିତ ଧାର୍ମିକ ସମାଗମ ବି ବନ୍ଦ ରହିଛି। କିନ୍ତୁ ଫ୍ରାନ୍ସ ମେ ୨୩ଠାରୁ ନିଜର ଧାର୍ମିକ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଯଦିଓ ଧାର୍ମିକ ନେତାମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାତ୍ର ଉପଯୁକ୍ତ ସୁରକ୍ଷାର ସହ ଏହାକୁ କାର୍ଯ୍ୟକାରୀ କରିବାକୁ ସମୟ ଲାଗିବ ବୋଲି ସେମାନେ କହିଛନ୍ତି।
ରିପୋର୍ଟ ଅନୁସାରେ, ଧାର୍ମିକ ସେବା ଆରମ୍ଭ ହେବା ସହ ପୂର୍ବପରି ଲୋକ ସଚେତନତାକୁ ଗୁରୁତ୍ବ ଦିଆଯାଇଛି। ଜନଗହଳି ଧାର୍ମିକ ସ୍ଥାନମାନଙ୍କରେ ଲୋକମାନଙ୍କୁ ଫେସ୍ମାସ୍କ ପିନ୍ଧିବା, ହାତ ଧୋଇବା ଓ ପରସ୍ପର ମଧ୍ୟରେ ଅତି କମ୍ରେ ୧ ମିଟର୍ ଦୂରତ୍ବ ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।
Crux Nowଯଦିଓ ଆଗରୁ ଫ୍ରାନ୍ସରେ ଅନେକ ବ୍ୟବସାୟକୁ ଅନୁମତି ମିଳିସାରିଥିଲା ମାତ୍ର ଫ୍ରାନ୍ସ ସରକାର ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଧାର୍ମିକ ସେବାକୁ ବନ୍ଦ ଘୋଷଣା କରିଥିଲେ।
ରିପୋର୍ଟ ଅନୁସାରେ ଫ୍ରାନ୍ସରେ ସମୁଦାୟ ୧୮,୨୦୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୮,୨୧୮ ଜଣଙ୍କର ପ୍ରାଣ ଯାଇ ସାରିଲାଣି।
Follow Us