ମସ୍କୋ : ଜର୍ମାନ ଚାନ୍ସେଲର ଓଲାଫ୍ ସ୍କଲ୍ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ପୁଟିନ୍ଙ୍କ ସହ ୭୫ ମିନିଟ୍ କଥାବାର୍ତ୍ତା ସମୟରେ ଉଭୟ ସ୍କଲ୍ଜ ଏବଂ ମାକ୍ରନ୍ ୟୁକ୍ରେନ୍ରେ ତୁରନ୍ତ ଯୁଦ୍ଧବିରତି ପାଇଁ ଦାବି କରିଛନ୍ତି। ଜର୍ମାନ ସରକାରଙ୍କ ମୁଖପାତ୍ର କହିଛନ୍ତି, ପୁଟିନଙ୍କ ସହ କଥା ହେବା ସମୟରେ ଦୁଇ ନେତା ବିବାଦର କୂଟନୈତିକ ସମାଧାନ ଉପରେ ଗୁରୁତ୍ବାରୋପ କରିଥିଲେ। ୟୁକ୍ରେନ୍ରେ ଯୁଦ୍ଧ ଶେଷ ପାଇଁ ଜାରି ରହିଥିବା ଅନ୍ତର୍ଜାତୀୟ ଉଦ୍ୟମର ଏହା ଏକ ଅଂଶ ବୋଲି ସେ କହିଛନ୍ତି।
ତୁରନ୍ତ ଯୁଦ୍ଧବିରତି ଦାବି କଲେ ଫ୍ରାନ୍ସ, ଜର୍ମାନ
Advertisment
Follow Us