ଭାରତକୁ ଆଉ ୫ଟି ରାଫେଲ ଯୁଦ୍ଧ ବିମାନ ଦେଲା ଫ୍ରାନ୍ସ

Advertisment
ଭାରତକୁ ଆଉ ୫ଟି ରାଫେଲ ଯୁଦ୍ଧ ବିମାନ ଦେଲା ଫ୍ରାନ୍ସ

India Today

ନୂଆଦିଲ୍ଲୀ: ଫ୍ରାନ୍ସ ରାଫେଲ ଯୁଦ୍ଧ ବିମାନର ପରବର୍ତ୍ତୀ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରିଛି। ଏହି ବ୍ୟାଚ୍ ରେ ଅନ୍ତର୍ଭୁକ୍ତ ସମସ୍ତ ପାଞ୍ଚଟି ବିମାନ ବର୍ତ୍ତମାନ ଫ୍ରାନ୍ସ ମାଟିରେ ଅଛି | ଏହି ରାଫେଲ ବିମାନ ଅକ୍ଟୋବରରେ ଭାରତରେ ପହଞ୍ଚିବ ବୋଲି କୁହାଯାଉଛି । ଏହି ବିମାନ ପଶ୍ଚିମବଙ୍ଗର କାଲିକୁଣ୍ଡା ବାୟୁସେନା ଷ୍ଟେସନରେ ନିୟୋଜିତ ହେବ। ଯାହାକି ଚୀନ୍ ସହିତ ପୂର୍ବ ସୀମାକୁ ସୁରକ୍ଷା ପ୍ରଦାନ କରିବ। ୧୦ ସେପ୍ଟେମ୍ବରରେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରାଫେଲର ପ୍ରଥମ ବ୍ୟାଚ୍ ରେ ପାଞ୍ଚଟି ବିମାନ ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍ କହିଛନ୍ତି ଯେ ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରାଯାଇଛି।

publive-image jagran.com

ଏହି ବିମାନଗୁଡ଼ିକ ବର୍ତ୍ତମାନ ଫ୍ରାନ୍ସରେ ଅଛି, ଭାରତକୁ କେବେ ଏହି ବିମାନ ଆସିବ ତାହା ଭାରତୀୟ ବାୟୁସେନା ଉପରେ ନିର୍ଭର କରେ | ପ୍ରଥମ ବ୍ୟାଚ୍ ରେ ଭାରତରେ ପହଁଚିଥିବା ୫ଟି ରାଫେଲ ବିମାନ ୨୫୦ ଘଣ୍ଟାରୁ ଅଧିକ ଫ୍ଲାଇଙ୍ଗ୍ ଏବଂ ଫିଲ୍ଡ ଫାୟାରିଂ ପରୀକ୍ଷା କରାଯାଇଛି | ଏହି ବିମାନଗୁଡିକ ଅମ୍ବାଲାର ‘ଗୋ‌ଲ୍ଡେନ୍‌ ଏରୋ ସ୍କ୍ବାଡ୍ରୋନ୍‌’ରେ ଅନ୍ତର୍ଭୁକ୍ତ କରାଯାଇଛି | ସୂଚନା ଥାଉ କି ୩୬ ଟି ରାଫେଲ ବିମାନ କ୍ରୟ ପାଇଁ ଭାରତ ଫ୍ରାନ୍ସ ସହିତ ଏକ ଚୁକ୍ତି କରିଥିଲା। ୩୬ ରାଫାଲ୍ ବିମାନ ମଧ୍ୟରୁ ୩୦ ଟି ଯୁଦ୍ଧ ବିମାନ ଏବଂ ୬ ଟି ଟ୍ରେନିଂ ବିମାନ ରହିବ | ଟ୍ରେନିଂ ବିମାନରେ ଦୁଇଟି ସିଟ୍ ରହିବ ଏବଂ ଏକ ଯୁଦ୍ଧ ବିମାନର ପ୍ରାୟ ସମସ୍ତ ଗୁଣ ରହିବ | ସୂଚନା ଥାଉ କି ସାଧାରଣ ଭାବେ ରାଡାରରେ ଧରା ପଡୁ ନ ଥିବା ୪-ଜି ପ୍ଲସ୍ ଲଢୁଆ ବିମାନ ରାଫେଲରେ ଲାଗିଛି ଦୁଇଟି ସ୍ନେକମା ଏମ୍ ୮୮ ଇଞ୍ଜିନ୍ ଓ ତ୍ରିକୋଣାକାର ଡେଣା। ପ୍ରତ୍ୟେକ ଇଞ୍ଜିନର ୫୦ କିଲୋ-ନିଉଟନର ଡ୍ରାଏ ଥ୍ରଷ୍ଟ୍ ଏବଂ ୭୫ କିଲୋ ନିଉଟନର ଆଫ୍ଟରବର୍ଣ୍ଣର୍ ଯୋଗାଇବାର ସାମର୍ଥ୍ୟ ରହିଛି।

ମରାମତି ଏବଂ ନବୀକରଣ କରିବା ନିମନ୍ତେ ଇଞ୍ଜିନକୁ ମୋଡୁଲାର୍ ଡିଜାଇନରେ ନିର୍ମାଣ କରାଯାଇଛି। ପ୍ରଦୂଷଣ ରହିତ କମ୍ବଷ୍ଟନ୍ ଚେମ୍ବର୍, ସିଙ୍ଗିଲ୍-କ୍ରିଷ୍ଟାଲ୍ ଟର୍ବାଇନ୍ ବ୍ଲେଡ୍, ପାଉଡର୍ ମେଟାଲର୍ଜି ଡିସ୍କ ଓ ରାଡାର୍ ଏବଂ ଇନ୍‌ଫ୍ରାରେଡ୍ ସିଗ୍ନେଚର୍ ହ୍ରାସ କରିବାର ବୈଷୟିକ କୌଶଳ ଭଳି କେତେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ମଧ୍ୟ ଏଥିରେ ରହିଛି। ବେଗ ଖୁବ୍ ପ୍ରଖର ହୋଇଥିବାରୁ ରାଫେଲ୍ ଏକ ସମୟରେ ଅନେକ କାର୍ଯ୍ୟ ସମ୍ପାଦନ କରିପାରେ। ଏକ ସମୟରେ ଏଥିରେ ଆବଶ୍ୟକ ଯୁଦ୍ଧ ସାମଗ୍ରୀ ଭରାଯିବା ସହ ଶତ୍ରୁପକ୍ଷର ଯୁଦ୍ଧ ବିମାନଗୁଡ଼ିକଠାରୁ ସୁରକ୍ଷିତ ରହିବା, ସେମାନଙ୍କ ଯୁଦ୍ଧ ସାମଗ୍ରୀ ନଷ୍ଟ କରିବା, ଶତ୍ରୁପକ୍ଷର ରଣକୌଶଳ ଉପରେ ଦୃଷ୍ଟି ରଖିବା, ଆକାଶ ପଥରେ ଶତ୍ରୁପକ୍ଷର ଆଣବିକ ଆକ୍ରମଣକୁ ପ୍ରତିହତ କରିବା, ସ୍ବୟଂକ୍ରିୟ ହୋଇ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ କ୍ଷେପଣାସ୍ତ୍ର ନିକ୍ଷେପ କରିବା ଏବଂ ଅନାୟାସରେ ଗୋଟିଏ ଲକ୍ଷ୍ୟସ୍ଥଳରୁ ଅନ୍ୟ ଏକ ଲକ୍ଷ୍ୟସ୍ଥଳକୁ ଉଡ଼ିଯିବା ଭଳି କାର୍ଯ୍ୟ ସଂପାଦନ କରିହେବ।

ଉଡ଼ାଣ ଧାରା ନିୟନ୍ତ୍ରଣ କରିବାକୁ ରାଫେଲରେ ରହିଛି ‘ଡିଜିଟାଲ୍ ଫ୍ଲାଇ-ବାଏ-ୱାୟାର୍’ ବ୍ୟବସ୍ଥା। ‘ଡାଟା ଫ୍ୟୁଜନ୍’ ନିୟମକୁ ଆଧାର କରି ଏହାର କାଚ ନିର୍ମିତ କକ୍‌ପିଟ୍ ପ୍ରସ୍ତୁତ କରାଯାଇଛି। ବିମାନକୁ ଆବଶ୍ୟକମତେ ନିର୍ଦ୍ଦେଶ ଦେବା ଓ ନିୟନ୍ତ୍ରଣ କରିବାରେ ପାଇଲଟମାନଙ୍କୁ ସହଜ ହେବା ଲାଗି ଏଥିରେ ଥିବା ସେଣ୍ଟ୍ରାଲ୍ କମ୍ପ୍ୟୁଟରରେ ସମସ୍ତ ସୂଚନା ପ୍ରଦର୍ଶନ ହେବାର ବ୍ୟବସ୍ଥା ରହିଛି। ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଉଡ଼ାଣ ବ୍ୟବସ୍ଥା ମଧ୍ୟ ରାଫେଲର ଅନ୍ୟ ଏକ ବୈଶିଷ୍ଟ୍ୟ। ଏଥିରେ ଥିବା ରାଡାର୍, ଇଲେକ୍ଟ୍ରୋନିକ୍ କମ୍ୟୁନିକେସନ୍ ଏବଂ ଆତ୍ମରକ୍ଷା ଉପକରଣ ବାବଦ ବ୍ୟୟ ହେଉଛି ସମୁଦାୟ ବିମାନ ମୂଲ୍ୟର ପ୍ରାୟ ୩୦%।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe