ଫ୍ରାନ୍ସ ଓ ଜର୍ମାନୀର ସଙ୍କଟ ବଢ଼ୁଛି, ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୧୮,୦୦୦ ଟପିଲା

Advertisment

ଆମେରିକାରେ ମୃତ୍ୟୁସଂଖ୍ୟା ୪୭,୫୦୦ ଟପିଲା

ଆମେରିକାରେ ମୃତ୍ୟୁସଂଖ୍ୟା ୪୭,୫୦୦ ଟପିଲା

ଫ୍ରାନ୍ସ ଓ ଜର୍ମାନୀର ସଙ୍କଟ ବଢ଼ୁଛି, ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୧୮,୦୦୦ ଟପିଲା

Euronews

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ୨୬ ଲକ୍ଷ ୫୭ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧ ଲକ୍ଷ ୮୫ ହଜାର ୧୯୨ ଜଣଙ୍କ ମୃତ୍ୟୁ ହୋ‌ଇଛି। କରୋନାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ର‌ାଷ୍ଟ୍ର ଆମେରିକାରେ କ‌ରୋନା ମୃତ୍ୟୁସଂଖ୍ୟା ୪୭ ହଜାର ୭୬୯ରେ ପହଞ୍ଚିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଳକ୍ଷ ୪୯ ହଜାର ରହିଛି। ଆମେରିକା ପରେ ଏବେ ଫ୍ରାନ୍ସ ଏବଂ ଜର୍ମାନୀରେ କରୋନା ସଙ୍କଟ ବଢ଼ୁଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୨୧,୦୦୦ ଟପିଥିବାବେଳେ ଇଟାଲିରେ ୨୫,୦୦୦ ଟପିଛି। ଜର୍ମାନୀରେ କରୋନା ମୃତ୍ୟୁସଂଖ୍ୟା ୫,୦୦୦ ଟପିଥିବାବେଳେ ଚାନ୍ସଲର୍‌ ଏଂଜେଲା ମ‌ର୍କେଲ୍‌ ଆଜି ଚେତାବନୀ ଦେଇ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଜର୍ମାନୀରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯିବ ଏବଂ ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ହେବ। ଅନ୍ୟପକ୍ଷରେ ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା୨୧ ହଜାର ଟପିଯାଇଥିବା ଜଣାପଡ଼ିଛି।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଆମେରିକାର ନ୍ୟୁୟର୍କ ସହରରେ ଭେଣ୍ଟିଲେଟରରେ ଥିବା ପ୍ରାୟ ସମସ୍ତ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା ୨୨ ହଜାର ୧୫୭ରେ ପହଞ୍ଚିଛି। ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବାରୁ ସ୍ପେନ୍‌ରେ ମେ' ୯ ତାରିଖ ପର୍ଯ୍ୟନ୍ତ ଷ୍ଟେଟ୍‌ ଏମର୍ଜେନ୍ସି ବୃଦ୍ଧି କରାଯାଇଛି। ଏଥିସହ ସ୍ପେନ୍‌ରେ ୮ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ବ୍ରିଟେନ୍‌ରେ ବି ସ୍ଥିତ ଅଣାୟତ ହେବାରେ ଲାଗିଛି। ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୧୮ ହଜାର ୧୦୦ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୩ ହଜାର ୪୯୫ ରହିଛି। ସେପଟେ ଜାପାନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୦୦ ଟପିଛି। ତେବେ ଜାପାନ୍‌ରେ ମୃତ୍ୟୁସଂଖ୍ୟା ବେଶୀ ନାହିଁ। ଜାପାନ୍‌ରେ ସମୁଦାୟ ୩୦୦ ଲୋକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପ‌‌କ୍ଷେ କ‌ରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ୍‌ର ଉହାନ୍ ସ୍ଥିତ ୱେଟ୍‌ ମାର୍କେଟ୍‌ ତଥା ଆମିଷ ବଜାର ପୁଣି ଖୋଲିଛି। ବିଶ୍ବର ପ୍ରଥମ ସହର ଭାବେ ଉହାନ୍‌ରେ ପ୍ରଥମେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ତେବେ ଦୀର୍ଘ ୭୬ ଦିନ ପରେ ଏଠାରୁ ଲକ୍‌ଡାଉନ୍‌ ଉଠିଥିଲା ଏବଂ ଏଠାରେ ଏବେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି। ତେବେ ଚୀନ୍‌ରେ ପୁଣି ବୁଧବାର ଦିନ ୧୦ଟି ନୂଆ ମାମଲା ଚିହ୍ନଟ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ଲକ୍‌ଡାଉନ୍‌ ଯୋଗୁଁ ଲେକାଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe