ସ୍କୁଲ୍‌ ବନ୍ଦ କରିବା ସହ ‘ତୃତୀୟ ଲକ୍‌ଡାଉନ୍‌’ ଘୋଷଣା କଲେ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମ୍ୟାକ୍ରୋନ୍‌

Advertisment
ସ୍କୁଲ୍‌ ବନ୍ଦ କରିବା ସହ ‘ତୃତୀୟ ଲକ୍‌ଡାଉନ୍‌’ ଘୋଷଣା କଲେ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମ୍ୟାକ୍ରୋନ୍‌

ପ୍ୟାରିସ୍‌: ବୁଧବାର ଦିନ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମାନୁଏଲ୍‌ ମ୍ୟାକ୍ରୋନ୍‌ ଦେଶରେ ତୃତୀୟ ଲକ୍‌ଡାଉନ୍‌ ଘୋଷଣା କରିବା ସହ ୩ ସପ୍ତାହ ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିବ ବୋଲି ଆଦେଶ ଦେଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ପ୍ରବାହରେ ଡାକ୍ତରଖାନାମାନଙ୍କରେ ସଂକ୍ରମିତଙ୍କ ପାଇଁ ସ୍ଥାନାଭାବ ଦେଖା ଯିବାର ଆଶଙ୍କା ଥିବାରୁ ସେ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

publive-image Image Courtesy of India Today

ଫ୍ରାନ୍‌ସ୍‌ରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଆଡ଼କୁ ଯାଉଥିବା ବେଳେ ଅତି ସଂକ୍ରମଣ କବଳିତ ଅଞ୍ଚଳରେ ଥିବା ‘ଆଇସିୟୁ’ରେ ଆଉ ସ୍ଥାନ ନାହିଁ। ଏହାଛଡ଼ା, କରାଯାଇଥିବା ଯୋଜନା ତୁଳନାରେ ଟିକାକରଣ ଅଭିଯାନରେ ମଧ୍ୟ ମନ୍ଥରତା ଦେଖା ଦେଇଛି। ତେଣୁ, ଅର୍ଥନୀତିକୁ ନିରାପଦ ରଖିବା ପାଇଁ ଦେଶକୁ ଖୋଲା ରଖିବା ଲାଗି ମ୍ୟାକ୍ରୋନ୍‌ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହାକୁ ପରିହାର କରିବା ପାଇଁ ସେ ବାଧ୍ୟ ହୋଇଛନ୍ତି।

publive-image Image Courtesy of Voice of America

ଜାତି ଉଦ୍ଦେଶ୍ୟରେ ଟେଲିଭିଜନ୍‌ରେ ଦେଇଥିବା ସମ୍ଭାଷଣରେ ରାଷ୍ଟ୍ରପତି କହିଛନ୍ତି, ଏବେଠୁ ପଦକ୍ଷେପ ନ ନେଲେ ଆମେ ନିୟନ୍ତ୍ରଣ ହରାଇ ବସିବା। ଭୂତାଣୁ ସଂକ୍ରମଣ ହ୍ରାସ କରାଇବା ନିମନ୍ତେ ଏହା ହେଉଛି ସର୍ବୋତ୍ତମ ସମାଧାନ।

ସେ ଆଶା ପ୍ରକାଶ କରି କହିଛନ୍ତି ଯେ, ଏପ୍ରିଲ୍‌ ଲକ୍‌ଡାଉନ୍‌ ଏବଂ ଦ୍ରୁତ ଟିକାକରଣ ଅଭିଯାନ ବଳରେ ହିଁ ମେ ମଧ୍ୟଭାଗ ବେଳକୁ ଦେଶରୁ ପୁଣି ଧୀରେ ଧୀରେ ‘ଲକ୍‌ଡାଉନ୍‌’ ହଟା ଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe