ଖଶୋଗିଙ୍କ ହତ୍ୟାରେ ସମ୍ପୃକ୍ତି ସନ୍ଦେହରେ ଭୁଲ୍‌ରେ ଧରିଥିବା ସାଉଦୀ ବ୍ୟକ୍ତିଙ୍କୁ ମୁକ୍ତ କଲା ଫ୍ରାନ୍‌ସ୍‌

ଖଶୋଗିଙ୍କ ହତ୍ୟାରେ ସମ୍ପୃକ୍ତି ସନ୍ଦେହରେ ଭୁଲ୍‌ରେ ଧରିଥିବା ସାଉଦୀ ବ୍ୟକ୍ତିଙ୍କୁ ମୁକ୍ତ କଲା ଫ୍ରାନ୍‌ସ୍‌

Image Courtesy of India Today

ପ୍ୟାରିସ୍‌: ସାମ୍ବାଦିକ ଜମାଲ୍‌ ‌ଖଶୋଗିଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପ୍ୟାରିସ୍‌ ବିମାନ ବନ୍ଦରରୁ ଗିରଫ କରାଯାଇଥିବା ସାଉଦୀ ନାଗରିକଙ୍କୁ ବୁଧବାର ଦିନ ଫ୍ରାନ୍‌ସ୍‌ ମୁକ୍ତ କରିଦେଇଛି। ଭୁଲ୍‌ ପରିଚୟ ଯୋଗୁଁ ସରକାରୀ ଅଧିକାରୀମାନେ ତାଙ୍କୁ ଗିରଫ କରିପକାଇଥିଲେ ବୋଲି ଜଣାପଡ଼ିଛି।

ଫ୍ରାନ୍ସ୍‌ ଆଇନ ଓ ପ୍ରବର୍ତ୍ତନ ଅଟକ ଥିବା ଉକ୍ତ ବ୍ୟକ୍ତିଙ୍କ ନାମ ଖାଲେଦ୍‌ ଆଏଦ୍‌ ଅଲ୍‌-ଓତୈବି ବୋଲି କହିଛି। ‘ସାଉଦି ରୟାଲ୍‌ ଗାର୍ଡ’ରେ ଏହି ନାମଧାରୀ ଜଣେ ବ୍ୟକ୍ତି ତୁର୍କୀରେ ସଂଗଠିତ ଖଶୋଗିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟିସ୍‌ ‘ସାଙ୍କ୍‌ସନ୍‌ସ୍‌ ଡକ୍ୟୁମେଣ୍ଟ୍‌ସ୍‌’ ଏବଂ ଜାତିସଂଘ ‘କମିସନ୍‌ଡ୍‌ ରିପୋର୍ଟରେ ତାଲିକାରେ ରହିଛି।

publive-image Image Courtesy of India Today

ପ୍ୟାରିସ୍‌ସ୍ଥିତ ସାଉଦି ଦୂତାବାସ ମଙ୍ଗଳବାର ରାତିରେ କହିଥିଲା ଯେ, ଉକ୍ତ ହତ୍ୟା ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ। ଏହାପରେ, ତୁର୍କୀ ଜାରି କରିଥିବା ଗିରଫ ପର୍‌ୱାନା ଚେକ୍‌ କରାଯିବା ପରେ ସମ୍ପୃକ୍ତ ବ୍ୟକ୍ତିଜଣକ ସେ ବ୍ୟକ୍ତି ନୁହନ୍ତି ବୋଲି ଜଣାପଡ଼ିଥିଲା। ବର୍ଡର୍‌ ଚେକିଙ୍ଗ୍‌ ବେଳେ ପାସ୍‌ପ‌ୋର୍ଟ ଯାଞ୍ଚ ପରେ ତାଙ୍କୁ ଗିରଫ କରାଯାଇଥିଲା। ଭୁଲ୍‌ ଜଣାପଡ଼ିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

ଏ ଘଟଣାରେ ଆଚମ୍ବିତ ହୋଇଯାଇଛନ୍ତି ବୋଲି ଜଣେ ଫରାସୀ ପୁଲିସ ଅଧିକାରୀ କହିଛନ୍ତି। ରାତି ତମାମ ଅଟକ ଥିବା ବ୍ୟକ୍ତିଜଣକ ବିଗତ କେତେ ମାସ ହେବ ଅନେକ ଥର ୟୁରୋପ ଗସ୍ତରେ ଆସିଥିଲେ ଏବଂ ବିନା କୌଣସି ବିବାଦରେ ନଭେମ୍ବର ମାସରେ ଫ୍ରାନ୍ସରେ ପ୍ରବେଶ କରିଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe