ତୁର୍କୀକୁ ମୁକାବିଲା କରିବା ପାଇଁ ଗ୍ରୀସକୁ ୧୮ଟି ରାଫେଲ ଯୁଦ୍ଧ ବିମାନ ଦେବ ଫ୍ରାନ୍ସ

ତୁର୍କୀକୁ ମୁକାବିଲା କରିବା ପାଇଁ ଗ୍ରୀସକୁ ୧୮ଟି ରାଫେଲ ଯୁଦ୍ଧ ବିମାନ ଦେବ ଫ୍ରାନ୍ସ

Rafale, Image : Dassault Aviation

ପ୍ୟାରିସ: ଭୂମଧ୍ୟସାଗରରେ ତୁର୍କୀର ଆକ୍ରମଣାତ୍ମକ ମନୋଭାବର ମୁକାବିଲା ପାଇଁ ଫ୍ରାନ୍ସ ଗ୍ରୀସକୁ ସାମରିକ ସହାୟତା ଘୋଷଣା କରିଛି। ତୁର୍କୀର ପରିବର୍ତ୍ତିତ ଏଫ୧୬ ଯୁଦ୍ଧ ବିମାନର ମୁକାବିଲା ପାଇଁ ଫ୍ରାନ୍ସ ଗ୍ରୀସକୁ ୧୮ ଟି ରାଫେଲ ଯୁଦ୍ଧ ବିମାନ ଦେବ । ଏଥିମଧ୍ୟରୁ ୧୦ ଟି ରାଫେଲ ଏଫ୩-ଆର ପ୍ରକାର ହେବ | ଅର୍ଥାତ ଏଥିପାଇଁ ଫ୍ରାନ୍ସକୁ ଗ୍ରୀସ ଅର୍ଥ ଦେବାକୁ ପଡିବ | ଅବଶିଷ୍ଟ ୮ ଟି ସେକେଣ୍ଡ ହ୍ୟାଣ୍ଡ ଜେଟ୍ ମିଳିବ, ଯାହା ପାଇଁ ଗ୍ରୀସକୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ |

ସୂଚନା ଥାଉ କି ତୁର୍କୀ ରାଷ୍ଟ୍ରପତିଙ୍କ ଧମକ ପରେ ଗ୍ରୀସକୁ ସୁରକ୍ଷା ଦେବା ପାଇଁ ଫ୍ରାନ୍ସ ନିକଟରେ ନିଜର ନୌସେନା ଭୂମଧ୍ୟସାଗରରେ ନିୟୋଜିତ କରିଥିଲା। ଯାହା ପରେ ତୁର୍କୀ ଏବଂ ଫ୍ରାନ୍ସରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଛି | ଅନ୍ୟପଟେ ଫ୍ରାନ୍ସ କହିଛି ଯେ ଏହାର ସହଯୋଗୀଙ୍କୁ ସୁରକ୍ଷା ଦେବା ପାଇଁ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛି।

ବାସ୍ତବରେ ଗତ କିଛି ଦିନ ହେବ ତୁର୍କୀର ସାମୁଦ୍ରିକ ତୈଳ ଅନୁସନ୍ଧାନ ଜାହାଜ ଓରୁକ୍ ରିସ୍ ଗ୍ରୀସର କାଷ୍ଟେଲୋରିଜୋ ଦ୍ୱୀପ ନିକଟରେ ଅନୁସନ୍ଧାନ କାର୍ଯ୍ୟ ଜାରି ରଖିଛି। ତୁର୍କୀ ଜାହାଜ ଗ୍ରୀସର ସମୁଦ୍ର ଅଂଚଳରେ ମୁତୟନ ହୋଇଛି ବୋଲି ଗ୍ରୀସ୍ ଦାବି କରିଛି। ଅନ୍ୟପଟେ ତୁର୍କୀ ଏହାକୁ ଖାରଜ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe