Image Courtesy of NDTV
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଫ୍ରାନ୍ସ୍ ବ୍ୟାପକ ସାମରିକ ଅଭିଯାନ ଚଳାଇଥିବା ବେଳେ ତା’ର ୩ଟି ରାଫେଲ୍ ଲଢୁଆ ବିମାନ ସମେତ ‘ଫ୍ରଞ୍ଚ୍ ଏୟାର୍ ଆଣ୍ଡ୍ ସ୍ପେସ୍ ଫୋର୍ସ’ର ଦଳେ ସୈନିକ ତାମିଲ୍ନାଡୁ ଅନ୍ତର୍ଗତ ସୁଲୁର ବାୟୁସେନା ଘାଟିରେ ଅବତରଣ କରଥିବା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଫରାସୀ ସେନାକୁ ଭାରତୀୟ ବାୟୁସେନା ଯୋଗାଇ ଦେଇଥିବା ସହଯୋଗ ହେଉଛି ସାମରିକ ସହଯୋଗିତା ବୃଦ୍ଧି ନିମନ୍ତେ ୨୦୧୮ରେ ଫ୍ରାନ୍ସ୍ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିର ପ୍ରତିଫଳନ।
ଗୁରୁବାର ଦିନ ଏ ସଂକ୍ରାନ୍ତରେ ଫ୍ରାନ୍ସ୍ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଭାରତୀୟ ବାୟୁସେନା ସହିତ ସହଯୋଗିତା ଦୁଇ ଦେଶ ମଧ୍ୟରେ ଥିବା ପରମ ପାରସ୍ପରିକ ବିଶ୍ବାସ ଏବଂ ସାମରିକ ଉପକରଣ ବିନିମୟକୁ ଦର୍ଶାଉଛି। ମେଟ୍ରୋପଲିଟାନ୍ ଫ୍ରାନ୍ସ୍ରୁ ସୁଦୂର ପ୍ରଶାନ୍ତ ମହାସାଗରରେ ମୁତୟନ ହେବାକୁ ଯିବାବେଳେ ଅଗଷ୍ଟ ୧୦ ଓ୧୧ ତାରିଖ ଦିନ ସୁଲୁର୍ ବାୟୁସେନା ଘାଟିରେ ବୈଷୟିକ ରହଣି ପାଇଁ ବ୍ୟବସ୍ଥା କରାଯାଇଥିଲା।
Image Courtesy of The Quintସୂଚନାଯୋଗ୍ୟ, ‘ପେଗାସି ୨୨’ କୋଡ୍ ନାମରେ ନାମିତ ‘ଫ୍ରେଞ୍ଚ୍ ଏୟାର୍ ଆଣ୍ଡ୍ ସ୍ପେସ୍ ଫୋର୍ସ’ ଚଳଇଥିବା ଦୀର୍ଘସୂତ୍ରୀ ‘ଭାରତ-ପ୍ରଶାନ୍ତ ମହାସାଗରୀୟ’ ଅଭିଯାନ ଅଗଷ୍ଟ ୧୦ରୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ଚାଲିବ।
ମେଟ୍ରୋପଲିଟାନ୍ ଫ୍ରାନ୍ସ୍ରୁ ଯାଇ ୭୨ ଘଣ୍ଟାରୁ କମ୍ ସମୟରେ କିଭଳି ପ୍ରଶାନ୍ତ ମହାସାଗରର ନିଉ କାଲେଡୋନିଆସ୍ଥିତ ଫରାସୀ ଅଞ୍ଚଳରେ ଫ୍ରାନ୍ସ୍ ତା’ର ବାୟୁସେନା ଟିମ୍ ମୁତୟନ କରିପାରୁଛି, ତାହା ପ୍ରଦର୍ଶନ କରିବା ଥିଲା ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟର ଉଦ୍ଦେଶ୍ୟ।
୧୬,୬୦୦ କିଲୋମିଟର୍ ଦୂରରେ ଥିବା ଗନ୍ତବ୍ୟସ୍ଥଳକୁ ଯିବା ବାଟରେ ଫ୍ରାନ୍ସ୍ର ବାୟୁସେନା ଟିମ୍ ଭାରତରେ ବୈଷୟିକ ରହଣି ବା ‘ଟେକ୍ନିକାଲ୍ ଷ୍ଟପ୍ଓଭର୍’ କରିଥିଲା ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ବେଳେ ‘ଏୟାର୍ଫୋର୍ସ ଷ୍ଟେସନ୍ ସୁଲୁର୍’ରେ ଅବତରଣ କରି ଇନ୍ଧନ ଭର୍ତ୍ତି କରିବା ପରେ ୧୧ ତାରିଖ ପ୍ରତ୍ୟୁଷରେ ନିଉ କାଲେଡୋନିଆ ଅଭିମୁଖେ ଯାତ୍ରା କରିଥିଲା।
Follow Us