ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି କରାଯାଇଛି।
ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ବଦଳାଇ ଦେଇଛି, ଯେଉଁ କାରଣରୁ ବ୍ୟବହାରକାରୀଙ୍କ ଆଧାରରେ ନାମ, ଠିକଣା, ଜନ୍ମ ତାରିଖ ଇତ୍ୟାଦି ମାଗଣାରେ ପରିବର୍ତ୍ତନ କରିବାକୁ ଆଉ କିଛି ମାସ ସମୟ ମିଳିଛି।
୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆଧାରର ମାଗଣା ସେବା ହାସଲ କରି ଲୋକ ନିଜ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି ୟୁଆଇଡିଏଆଇ କହିଛି। ଏଥିରେ ଲଗଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ପରେ ଓଟିପି ପ୍ରଦାନ କରି ଅପଡେଟ୍ କରାଯାଇ ପାରିବ।
ଅନଲାଇନରେ ଅପଡେଟ୍ ପାଇଁ ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ https://uidai.gov.in/ କୁ ଲଗ୍ଇନ୍ କରିବାକୁ ହେବ।
ମୂଳପୃଷ୍ଠାରେ ମାଇଁ ଆଧାର ପୋର୍ଟାଲକୁ ଯାଇ ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ବ୍ୟବହାର କରି ଲଗ୍ ଇନ୍ କରିବାକୁ ହେବ।
ବିବରଣୀ ଯାଞ୍ଚ କରି ଯଦି ଏହା ସଠିକ୍ ଅଛି ତେବେ ଉପଯୁକ୍ତ ବାକ୍ସକୁ ଟିକ୍ କରିବାକୁ ହେବ। ଯଦି ସୂଚନା ଭୁଲ ଅଟେ, ଡ୍ରପ୍ ଡାଉନ୍ ମେନୁରୁ ପରିଚୟ ଡକ୍ୟୁମେଣ୍ଟ ଚୟନ କରି ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ହେବ। ଏହି ଡକ୍ୟୁମେଣ୍ଟ୍ ଜେପିଇଜି, ପିଏନଜି ଏବଂ ପିଡିଏଫ ଭାବରେ ଅପଲୋଡ୍ ହୋଇପାରିବ।
ମାଗଣା ଆଧାର ଅପଡେଟ୍ ସେବା କେବଳ ଅନଲାଇନରେ ଉପଲବ୍ଧ। ଆଧାର କାର୍ଡରେ କୌଣସି ପ୍ରକାରର ଅପଡେଟ୍ ପାଇଁ ଆଧାର କେନ୍ଦ୍ରକୁ ଗଲେ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ। କିଛି ଅପଡେଟ୍, ଯେପରିକି ଆଇରିସ୍ କିମ୍ବା ବାୟୋମେଟ୍ରିକ୍ ଡାଟା ଅପଡେଟ୍, କେବଳ ଆଧାର କେନ୍ଦ୍ରରେ ହିଁ କରାଯାଇପାରିବ।
ଅଧିକ ପଢ଼ନ୍ତୁ:ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ : ଆଜି ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ
Follow Us