ପଶ୍ଚିମବଙ୍ଗରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ପଶ୍ଚିମବଙ୍ଗରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା। ଆସନ୍ତା ୧୬ତାରିଖରେ ଭାରତରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କିଛି ଦିନ ତଳେ ସରକାର ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଦୁଇ କରୋନା ଟିକା, କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଅନୁମତି ଦେଇଥିଲେ। ଏହା ପରେ ଦେ‌ଶରେ ଡ୍ରାଏ ରନ ଆରମ୍ଭ ହୋଇଥିଲା। ଗତକାଲି ଦେଶରେ କରୋନା ପରିସ୍ଥିତିର ସମୀକ୍ଷା କରି ଜାନୁଆରି ୧୬ତାରିଖରୁ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର।

Making arrangements to provide free COVID vaccine for people of Bengal, says CM Mamata Banerjee DNA India

ତେବେ ନିର୍ବାଚନ ସମୟରେ ବିଜେପି ମାଗଣା କରୋନା ଟିକାକରଣ ନେଇ ଦାବି କରିଥିବା ବେଳେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଗଣା କରୋନା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମ ସରକାର ରାଜ୍ୟର ସମସ୍ତ ଲୋକଙ୍କୁ ବିନା ମୂଲ୍ୟରେ କରୋନା ଟିକା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏ ବିଷୟରେ ଘୋଷଣା କରି ମୁଁ ବହୁତ ଖୁସି। ଏପ୍ରିଲ-ମେ’ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ଘୋଷଣା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe