‘ମାଗଣା ସଂସ୍କୃତି’: କେନ୍ଦ୍ର, ନିର୍ବାଚନ କମିସନଙ୍କୁ ନୋଟିସ୍‌

Advertisment

ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ମାଗଣା ପ୍ରତିଶ୍ରୁତି ଦେଇ ଭୋଟର୍‌ଙ୍କୁ ପ୍ରଲୋଭିତ କରୁଥିବା ସଂକ୍ରାନ୍ତ ଏକ ନୂଆ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିସନଙ୍କୁ ଜବାବ ମାଗିଛନ୍ତି।

ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ମାଗଣା ପ୍ରତିଶ୍ରୁତି ଦେଇ ଭୋଟର୍‌ଙ୍କୁ ପ୍ରଲୋଭିତ କରୁଥିବା ସଂକ୍ରାନ୍ତ ଏକ ନୂଆ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିସନଙ୍କୁ ଜବାବ ମାଗିଛନ୍ତି।

supreme court1

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ମାଗଣା ପ୍ରତିଶ୍ରୁତି ଦେଇ ଭୋଟର୍‌ଙ୍କୁ ପ୍ରଲୋଭିତ କରୁଥିବା ସଂକ୍ରାନ୍ତ ଏକ ନୂଆ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିସନଙ୍କୁ ଜବାବ ମାଗିଛନ୍ତି। ବେଙ୍ଗାଲୁରୁ ବାସିନ୍ଦା ଶଶାଙ୍କ ଜେ ଶ୍ରୀଧରଙ୍କ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କୁ ନୋଟିସ ଜାରି କରିଛନ୍ତି। ଦାୟର ପିଟିସନରେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ପୂର୍ବରୁ ମାଗଣା ପ୍ରତିଶ୍ରୁତି ଦେବାରୁ ରାଜନୈତିକ ଦଳଗୁଡ଼ିକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ମାଗଣା ଯୋଜନାର ଅନିୟନ୍ତ୍ରିତ ପ୍ରତିଶ୍ରୁତି ଦେଶର ରାଜକୋଷ ଉପରେ ଏକ ଜଟିଳ ଏବଂ ହିସାବବିହୀନ ଆର୍ଥିକ ବୋଝ ଲଦି ଦେଉଛି ବୋଲି ଆବେଦନକାରୀ ଦୃଢ଼ ଯୁକ୍ତି ଦର୍ଶାଇଛନ୍ତି। ଏ ବାବଦ ଅନ୍ୟ ଏକ ଆବେଦନରେ କୁହାଯାଇଛି ଯେ ଅଯଥା ରାଜନୈତିକ ଅନୁଗ୍ରହ ହାସଲ କରିବା ପାଇଁ ମାଗଣା ବଣ୍ଟନ ପଦକ୍ଷେପ ସମ୍ବିଧାନର ନୀତିକୁ ଉଲ୍ଲଂଘନ କରୁଥିବାରୁ ଏହା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବା ଉଚିତ। ଏ ବାବଦରେ ନିର୍ବାଚନ ଆୟୋଗ ଉପଯୁକ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି।

ସରକାରୀ ପାଣ୍ଠିରୁ ଅଯଥା ଅପଚୟ ଗମ୍ଭୀର ସମସ୍ୟା ସୃଷ୍ଟି କରୁଥିବା ବେଳେ ରିହାତି ଓ ‘ମାଗଣା ପ୍ରତିଶ୍ରୁତି’ ଭୋଟରଙ୍କୁ ଅଯଥା ପ୍ରଭାବିତ କରିବା ସହ ନିର୍ବାଚନ ପ୍ରକ୍ରିୟାର ଶୁଦ୍ଧତାକୁ ଖରାପ କରୁଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। କୋର୍ଟ ଏ ସଂକ୍ରାନ୍ତ ବିଭିନ୍ନ ଆବେଦନର ଶୁଣାଣି ଏକାଠି କରିବା ପାଇଁ ସମ୍ମତି ପ୍ରକାଶ କରିବା ସହ ସରକାର ଓ ନିର୍ବାଚନ କମିସନଙ୍କୁ ଜବାବ ମାଗିଛନ୍ତି। ଆବେଦନକାରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଏଭଳି କିଛି ମାଗଣା ବଣ୍ଟନ ପ୍ରତିଶ୍ରୁତି ଦେଉଛନ୍ତି ଯାହା ସମ୍ବିଧାନର ଧାରା ୧୪ ସମେତ ଅନ୍ୟ କେତେକ ଧାରାକୁ ଉଲ୍ଲଂଘନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe