କୁଆଁ କୁଆଁ ଶୁଣି ମାଗଣାରେ ପେଟ୍ରୋଲ ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ

Advertisment
୨୦ ଦିନ ହେଲା ବଢିନାହିଁ ପେଟ୍ରୋଲ, ଡିଜେଲ ଦର

Image Courtesy of Insight Online News

ଜୟପୁର: ଘରେ ଝିଅଟିଏ ଜନ୍ମ ହେବାରୁ ମାଗଣାରେ ପେଟ୍ରୋଲ ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ | ପେଟ୍ରୋଲ ମୂଲ୍ୟ ଏବେ ଆକାଶଛୁଆଁ ହୋଇଥିବାବେଳେ ମାଗଣାରେ ପେଟ୍ରୋଲ ବାଣ୍ଟିବା ହୁଏତ ଆପଣଙ୍କୁ ଅଜବ ଲାଗିପାରେ | କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ରାଜେନ୍ଦ୍ର ସାଇନି ନାମକ ପମ୍ପ ମାଲିକ ତାଙ୍କ ପରିବାରରେ ଝିଅଟିଏ ଜନ୍ମ ହୋଇଥିବାରୁ ଖୁସିରେ ଲୋକଙ୍କୁ ମାଗଣା ପେଟ୍ରୋଲ ବଣ୍ଟନ କରିଥିଲେ। ସେ ଅକ୍ଟୋବର ୧୩ ରୁ ୧୫ ପର୍ଯ୍ୟନ୍ତ, ତିନି ଦିନ ଧରି ସକାଳ ୯ଟାରୁ ୧୧ଟା ଏବଂ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଲୋକଙ୍କୁ ପାଞ୍ଚରୁ ଦଶ ପ୍ରତିଶତ ଅତିରିକ୍ତ ପେଟ୍ରୋଲ ଦେବାର ଯୋଜନା ଆରମ୍ଭ କରିଥିଲେ।

ସୂଚନା ମୁତାବକ ରାଜେନ୍ଦ୍ରଙ୍କ ଝିଆରୀ ଶିଖା ଜନ୍ମରୁ ମୁକ-ବଧିର(ଦିବ୍ୟାଙ୍ଗ) ହୋଇଥିବାବେଳେ ବହୁ ବର୍ଷ ପୂର୍ବେ ଶିଖାଙ୍କ ପିତା ଗୋପାଳଦାସଙ୍କର ଅସୁସ୍ଥତା ହେତୁ ଦେହାନ୍ତ ହୋଇଥିଲା । ସେବେଠାରୁ ରାଜେନ୍ଦ୍ର ସାଇନି ଶିଖାଙ୍କର ଯତ୍ନ ନେଉଥିଲେ । ରାଜେନ୍ଦ୍ର ଶିଖାଙ୍କର ବିବାହ ମଧ୍ୟ କରାଇଥିଲେ | ତାଙ୍କ ସ୍ୱାମୀ ମଧ୍ୟ ଜଣେ ମୁକ-ବଧିର ହୋଇଥିବାବେଳେ ଅକ୍ଟୋବର ୯ରେ, ଶିଖା ବେତୁଲର ଏକ ଘରୋଇ ଡାକ୍ତରଖାନାରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ | ଯେତେବେଳେ ଛୁଆଟି କୁଆଁ କୁଆଁ ହୋଇ କାନ୍ଦିଥିଲା ରାଜେନ୍ଦ୍ରଙ୍କ ପରିବାର ଖୁସିରେ ଆତ୍ମହରା ହୋଇପଡିଥିଲେ |

ଆଉ ଏହି ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ସାଇନି ତାଙ୍କ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ତିନି ଦିନ ପାଇଁ ମାଗଣାରେ ଅତିରିକ୍ତ ପେଟ୍ରୋଲ ଯୋଗାଇବାକୁ ଘୋଷଣା କରିଥିଲେ। ଏହି ଯୋଜନା ଅନୁଯାୟୀ ଗ୍ରାହକମାନେ ୧୦୦ ଟଙ୍କାର ପେଟ୍ରୋଲ ଉପରେ ୫ ପ୍ରତିଶତ ଏବଂ ୨୦୦ ରୁ ୫୦୦ ଟଙ୍କା ପେଟ୍ରୋଲ ଉପରେ ୧୦ ପ୍ରତିଶତ ଛାଡ ପାଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe