ମାଗଣା ମିଠେଇ ବଣ୍ଟା ସଂସ୍କୃତି ଦେଶର ବିକାଶ ପାଇଁ ବିପଦ: ‌ପ୍ରଧାନମନ୍ତ୍ରୀ ମୋଦୀ

Advertisment

ଜାଣନ୍ତୁ ଏଭଳି ବୟାନକୁ ନେଇ କ’ଣ କହିଲେ କେଜ୍ରିୱାଲା

ଜାଣନ୍ତୁ ଏଭଳି ବୟାନକୁ ନେଇ କ’ଣ କହିଲେ କେଜ୍ରିୱାଲା

ମାଗଣା ମିଠେଇ ବଣ୍ଟା ସଂସ୍କୃତି ଦେଶର ବିକାଶ ପାଇଁ ବିପଦ: ‌ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶରେ ଏବେ 'ମାଗଣା ରେବଡି' (ବିଶେଷକରି ଉତ୍ତର ଭାରତରେ ମିଳୁଥିବା ଏକ ଲୋକପ୍ରିୟ ମିଠା) ବଣ୍ଟନ କରି ଭୋଟ୍ ସଂଗ୍ରହର ସଂସ୍କୃତି ଆଣିବା ପାଇଁ ଉଦ୍ୟମ କରାଯାଉଛି। ଦେଶର ବିକାଶ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି।

୨୯୬କିଲୋମିଟର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ରେବଡି ସଂସ୍କୃତି ଦେଶର ବିକାଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ରେଭଡି ସଂସ୍କୃତିକୁ ଆପଣାଇଥିବା ବ୍ୟକ୍ତିମାନେ ଆପଣଙ୍କ ପାଇଁ କଦାପି ନୂତନ ଏକ୍ସପ୍ରେସୱେ, ନୂତନ ବିମାନବନ୍ଦର କିମ୍ବା ପ୍ରତିରକ୍ଷା କରିଡର ନିର୍ମାଣ କରିବେ ନାହିଁ। ମିଳିତ ଭାବରେ ଆମକୁ ଏହି ଚିନ୍ତାଧାରାକୁ ହଟାଇବାକୁ ପଡିବ। ରେଭଡି ସଂସ୍କୃତିକୁ ଦେଶର ରାଜନୀତିରୁ ହଟାଇବାକୁ ହେବ।

ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଏଭଳି ବୟାନକୁ ବିରୋଧ କରି ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ରାଜ୍ୟରେ ପିଲାମାନଙ୍କୁ ମାଗଣା ଏବଂ ଉତ୍ତମ ଶିକ୍ଷା ଦେବା, ଲୋକଙ୍କୁ ଭଲ ଏବଂ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମାଗଣା ରେବଡି ବଣ୍ଟନ କୁହାଯାଏ ନାହିଁ। ଆମେ ଏକ ବିକଶିତ ତଥା ଗର୍ବିତ ଭାରତର ମୂଳଦୁଆ ପକାଉଛୁ। ଏହି କାର୍ଯ୍ୟ ୭୫ବର୍ଷ ପୂର୍ବେ ହୋଇଯିବାର ଥିଲା। ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ୧୮ଲକ୍ଷ ପିଲା ଅଧ୍ୟୟନ କରନ୍ତି। ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ଅବସ୍ଥା ସମଗ୍ର ଦେଶରେ ସରକାରୀ ବିଦ୍ୟାଳୟଗୁଡ଼ିକ ପରି ଖରାପ ଥିଲା। ହେଲେ ଏଥିରେ ସୁଧାର ଆଣି ଆମେ ସରକାରୀ ସ୍କୁଲରେ ପିଲାଙ୍କୁ ମାଗଣା ଶିକ୍ଷା ଦେଉଛୁ। ଏଭଳି ନହୋଇଥିଲେ ୧୮ଲକ୍ଷ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଥାନ୍ତା। ଯଦି ଆମେ ଆଜି ଏହି ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ କରୁଛୁ, ତେବେ ଆମେ କ’ଣ ଅପରାଧ କରୁଛୁ? ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe