Free trade agreement with Britain will be fatal for India: Congress questions PM's visit Photograph: (sambad.in)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ଦିନିଆ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତ ପାଇଁ ଯାଇଛନ୍ତି। କଂଗ୍ରେସ ତାଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ବୁଧବାର ଅଭିଯୋଗ କରିଛି ଯେ, ବ୍ରିଟେନ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ର ପରିଣାମ ବିନାଶକାରୀ ହେବ ଏବଂ ଏହା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବରେ ବିବେଚିତ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଉପରେ ସର୍ବାଧିକ ପ୍ରଭାବ ପକାଇବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତ ପାଇଁ ଯାଇଛନ୍ତି ଏବଂ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ,ଏହା ଏହି ଦୁଇ ଦେଶ ସହିତ ଭାରତର ସମ୍ପର୍କକୁ ମଜବୁତ କରିବ।
କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରିଛନ୍ତି, ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର ପାଇଁ ପ୍ରଧାନମନ୍ତ୍ରୀଙ୍କ ଲଣ୍ଡନ ଗସ୍ତ ଅନେକ ଅଂଶୀଦାରଙ୍କ ପାଇଁ ପ୍ରକୃତରେ ବିନାଶକାରୀ ପରିଣାମ ଆଣିବ। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ। ଯାହା ଭାରତର ଅର୍ଥନୀତିର ମେରୁଦଣ୍ଡ, ଭାରତର ଶ୍ରମିକମାନଙ୍କର ସର୍ବବୃହତ ନିଯୁକ୍ତିଦାତା ଏବଂ ଗତ ୧୧ ବର୍ଷ ଧରି ମୋଦୀ ସରକାରଙ୍କ କିଛି ବଡ଼ ବ୍ୟବସାୟିକ ଗୋଷ୍ଠୀକୁ ଅନୁକମ୍ପା ଦେବା ନୀତି ଯୋଗୁ ଅବହେଳିତ ହୋଇଛି।
ଅଧିକ ପଢ଼ନ୍ତୁ: ଜେଲେନସ୍କିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ
ସେ କହିଛନ୍ତି ଯେ,ଏଫଟିଏ ଅଟୋମୋବାଇଲ ନିର୍ମାତାମାନଙ୍କୁ ପ୍ରଭାବିତ କରିବ ଏବଂ ଔଷଧ ଶିଳ୍ପକୁ ମଧ୍ୟ ପ୍ରଭାବିତ କରିବ। ରମେଶ କହିଛନ୍ତି, ଦିଲ୍ଲୀ ସ୍ଥିତ ଥିଙ୍କ ଟ୍ୟାଙ୍କ ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆରଆଇ) ଦ୍ୱାରା କିଛି ପ୍ରସଙ୍ଗ ଉଠାଯାଇଛି।
ରମେଶ କହିଛନ୍ତି , ଥିଙ୍କ୍ ଟ୍ୟାଙ୍କ୍ କହୁଛି ଏଫଟିଏ ଖୋଲିବା ଦ୍ୱାରା ବ୍ରିଟିଶ ଫାର୍ମଗୁଡ଼ିକ ପାଇଁ ପ୍ରାୟ ୬୦୦ ବିଲିୟନ ମୂଲ୍ୟର ଏକ ବଜାର ଖୋଲିବ।
ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସରକାରୀ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ପୂର୍ବରୁ, ଭାରତ ବାଣିଜ୍ୟ ଚୁକ୍ତିନାମାରୁ ସରକାରୀ କ୍ରୟକୁ ବାଦ ଦେଇଥିଲା। ଏହା ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଭାରତ ଲାଗି ଉପଲବ୍ଧ ଶିଳ୍ପ ନୀତିର କିଛି କ୍ଷେତ୍ର ମଧ୍ୟରୁ ଗୋଟିଏ। ଏହା ବର୍ତ୍ତମାନ ସଙ୍କଟରେ ରହିଛି।
ଅଧିକ ପଢ଼ନ୍ତୁ: ଉଦ୍ଧବ-ଶରଦ ମୁଖ୍ୟମନ୍ତ୍ରୀ ଫଡନବୀସଙ୍କ ସହ ଯୋଗାଯୋଗରେ ଅଛନ୍ତି: ଜେଡିୟୁର ଦାବି
India | britain | FTA | jairam-ramesh | congress
Follow Us