Image Source: Moneycontrol
ରେଓ୍ଵାରି: ଭାରତ ନେଟ୍ ଅପ୍ଟିକ୍ ଫାଇବର୍ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ମାର୍ଚ ୨୦୨୦ ସୁଦ୍ଧା ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବ ବୋଲି ବୁଧବାର ଦିନ ସରକାର କହିଛନ୍ତି।
ହରିୟାଣାର ରେଓ୍ଵାରି ଠାରେ ଏକ ଡିଜିଟାଲ୍ ଗାଁ ଉଦ୍ଘାଟନ କରି ଟେଲିକମ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି: ଭାରତ ନେଟ୍ ଜରିଆରେ ଆମେ ୧.୩ ଲକ୍ଷ ଗ୍ରାମପଞ୍ଚାୟତକୁ ସଂଯୋଗ କରିସାରିଛୁ... ଆମର ଲକ୍ଷ୍ୟ ହେଉଛି ଏହାକୁ ୨.୫ ଲକ୍ଷରେ ପହଞ୍ଚାଇବା। ଭାରତ ନେଟ୍ ସର୍ଭିସର ପ୍ରସାର ନିମନ୍ତେ ଆମେ ୨୦୨୦ ମାର୍ଚ ମାସ ମଧ୍ୟରେ ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦେବୁ। ଏଥରର କାର୍ଯ୍ୟକାଳ ମଧ୍ୟରେ ୧୫% ଗାଁକୁ ଡିଜିଟାଲ୍ ହବ୍ରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗାଆଁ ସବୁକୁ ସଶକ୍ତ କରିବା ପ୍ରକ୍ରିୟା ଚାଲିଛି। ସେମାନଙ୍କ ଅର୍ଥନୀତିକୁ ସମୃଦ୍ଧ କରାଇବାରେ ଡିଜିଟାଲ୍ ସେବା ସହାୟକ ହେବ।
Image Source: First Postଡିଜିଟାଲ୍ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ କିଂବା ଆର୍ଥିକ ସେବା ଯୋଗାଇ ଗ୍ରାମୀଣ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ଉପରେ ଡିଜିଟାଲ୍ ଗାଁ ଗୁରୁତ୍ୱ ଦିଏ।
ଡିଜିଟାଲ୍ ଗାଁରେ ଯୋଗ୍ୟ ନାଗରିକମାନଙ୍କୁ କମ୍ପ୍ୟୁଟର୍ ଏବଂ ନେଟ୍ ବିଷୟରେ ତାଲିମ ଦିଆଯିବ। ଯୁବବର୍ଗ ଏବଂ ଛାତ୍ରଛାତ୍ରୀମାନେ ଏଥିରୁ ଅନେକ ପ୍ରକାର ଶିକ୍ଷାଗତ ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ପାଇ ପାରିବେ। ଏଲୋପାଥି, ହୋମିଓପାଥି ଏବଂ ଆୟୁର୍ବେଦୀୟ ଚିକିତ୍ସା ପ୍ରଣାଳୀରୁ ଟେଲିମେଡିସିନ୍ ଜରିଆରେ ନାଗରିକମାନେ ଉନ୍ନତ ମାନର ସେବା ମଧ୍ୟ ପାଇ ପାରିବେ।
Follow Us