ମାଲିରେ ଫ୍ରାନ୍ସର ବିମାନ ଆକ୍ରମଣ, ୫୦ରୁ ଅଧିକ ଅଲକାଏଦା ଆତଙ୍କବାଦୀ ନିପାତ

Advertisment
ମାଲିରେ ଫ୍ରାନ୍ସର ବିମାନ ଆକ୍ରମଣ, ୫୦ରୁ ଅଧିକ ଅଲକାଏଦା ଆତଙ୍କବାଦୀ ନିପାତ

Navbharat Times

ବାମାକୋ, ମାଲି: କେନ୍ଦ୍ରୀୟ ମାଲିରେ ଫ୍ରାନ୍ସର ବିମାନ ଆକ୍ରମଣ ଯୋଗୁଁ ୫୦ ରୁ ଅଧିକ ଅଲ୍‌କାଏଦା ଆତଙ୍କବାଦୀ ନିପାତ ହୋଇଛନ୍ତି। ଅଲକାଏଦାର ଶିବିର ଏବଂ ତାଲିମ କେନ୍ଦ୍ରକୁ ଟାର୍ଗେଟ୍‌ କରି ଫ୍ରାନ୍ସ ଏହି ବିମାନ ଆକ୍ରମଣ କରିଥିଲା। ବୁର୍କିନା ଫାସୋ ଏବଂ ନାଇଜର ସୀମା ନିକଟରେ ଏହି ବିମାନ ଆକ୍ରମଣ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ମୂ‌ଳୋତ୍ପାଟନ ପାଇଁ ସରକାରୀ ଦଳ ଉଦ୍ୟମ ଜାରି ରଖିଥିବା ବେଳେ ଏକାବେଳେ ଏତେ ସଂଖ୍ୟାରେ ଆତଙ୍କବାଦୀ ନିପାତ ହେବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା ବୋଲି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି। ସାମରିକ ମୁଖପାତ୍ର କର୍ଣ୍ଣେଲ୍‌ ଫ୍ରେଡେରିକ୍‌ ବାର୍ବ୍ରି କହିଛନ୍ତି, ୪ ଆତଙ୍କବାଦୀଙ୍କୁ ଧରାଯାଇଛି। ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଥିବା ସେ କହିଛନ୍ତି। ମୋଟର ସାଇକେଲରେ ଖସି ଯିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ମଧ୍ୟ କ୍ଷୁଦ୍ର କ୍ଷେପଣାସ୍ତ୍ର ପ୍ରୟୋଗ କରି ନିପାତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe