Image Courtesy of Hindustan Times
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚ୍ ରାଫେଲ୍ ଲଢୁଆ ଜେଟ୍ର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗ ଦେବା ନିମନ୍ତେ ଫ୍ରାନ୍ସ୍ର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍ ପାର୍ଲି ସେପ୍ଟେମ୍ବର ୧୦ ତାରିଖ ଦିନ ସରକାରୀ ଗସ୍ତରେ ଭାରତ ଆସିବେ। ଗସ୍ତ ସମୟରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ମିଳିତ ସମରାଭ୍ୟାସ ଭଳି ପ୍ରମୁଖ କ୍ଷେତ୍ରରେ ମଧ୍ୟ ଦ୍ବିପାକ୍ଷିକ ସହଯୋଗର ଅଗ୍ରଗତି କରାଇବେ।
୨୦୧୭ ମସିହାରୁ ଏପର୍ଯ୍ୟନ୍ତ ଏହା ହେଉଛି ପାର୍ଲିଙ୍କ ତୃତୀୟ ଭାରତ ଗସ୍ତ। ଏହାଛଡ଼ା, କୋଭିଡ୍-୧୯ ମହାମାରୀ ବ୍ୟାପିବା ପରେ ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ।
ବୁଧବାର ଦିନ ଫରାସୀ ଦୂତାବାସ ଜାରି କରିଥିବା ବିବୃତି ଅନୁସାରେ, ପାର୍ଲିଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ ସହ ଫ୍ରାନ୍ସ୍ର ପ୍ରଗତିଶୀଳ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା। ଭାରତ ହେଉଛି ଫ୍ରାନ୍ସ୍ର ପ୍ରଥମ ଶ୍ରେଣୀୟ ଏସୀୟ ସାମରିକ ଅଂଶୀଦାର।
Image Courtesy of Zee Newsସେ ତାଙ୍କର ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କୁ ମଧ୍ୟ ସାକ୍ଷାତ୍ କରିବେ।
ଏକ ଭିଡିଓ ବାର୍ତ୍ତା ଟୁଇଟ୍ କରି ଫ୍ରାନ୍ସ୍ ରାଷ୍ଟ୍ରଦୂତ ଇମ୍ମାନୁଏଲ୍ ଲେନଏନ୍ ତାଙ୍କ ଗସ୍ତକୁ ଦ୍ବିପାକ୍ଷିକ ସମ୍ପର୍କର ପରବର୍ତ୍ତୀ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି।
ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପାର୍ଲି ସହିଦ ଭାରତୀୟ ଯବାନଙ୍କ ପ୍ରତି କୁସୁମାଞ୍ଜଳି ପ୍ରଦାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
Follow Us