Image Courtesy of Indian Express
ପ୍ୟାରିସ୍: ଦକ୍ଷିଣ ଫ୍ରାନ୍ସ୍ ଗସ୍ତରେ ଥିବା ବେଳେ ଦଳେ ଲୋକଙ୍କ ସମ୍ମୁଖରେ ମଙ୍ଗଳବାର ଦିନ ଫ୍ରାନ୍ସ୍ର ରାଷ୍ଟ୍ରପତି ଉମାନୁଲ୍ ମାକ୍ରନ୍ଙ୍କ ଗାଲରେ ଜଣେ ବ୍ୟକ୍ତି ଚଟକଣା ମାରିଥିବା କଥା ଭିଡିଓ କ୍ଲିପ୍ରେ ଦେଖାଯାଉଛି।
ନିରାପତ୍ତା ରକ୍ଷୀମାନେ ତୁରନ୍ତ ହସ୍ତକ୍ଷେପ କରି ସେ ଲୋକଟିକୁ କାବୁ କରିବା ସହ ମାକ୍ରନ୍ଙ୍କୁ ଦୂରକୁ ନେଇ ଯାଇଥିଲେ। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫକରାଯାଇଥିବା କଥା ‘ବିଏଫ୍ଏମ୍ ଟିଭି’ ଓ ‘ଆର୍ଏମ୍ସି ରେଡିଓ’ ରିପୋର୍ଟ କରିଛନ୍ତି।
ଘଟଣାଟି ଗଣତନ୍ତ୍ର ପ୍ରତି ଅପମାନ ବୋଲି ଫ୍ରାନ୍ସ୍ର ପ୍ରଧାନମନ୍ତ୍ରୀ ଜିନ୍ କ୍ୟାସଟେକ୍ସ୍ କହିଛନ୍ତି।
ପ୍ରାପ୍ତ ବିବରଣୀ ଅନୁସାରେ, ମାକ୍ରନ୍ ଦକ୍ଷିଣ-ପୂର୍ବ ଫ୍ରାନ୍ସ୍ର ଡ୍ରୋମ୍ ଅଞ୍ଚଳ ଗସ୍ତରେ ଯାଇଥିବା ବେଳେ ଘଟଣାଟି ଘଟିଛି। କୋଭିଡ୍-୧୯ ମହାମାରୀ ପରେ ଜୀବନ ଧାରା କି, ଭଳି ସ୍ବାଭାବିକ ଅବସ୍ଥାକୁ ଫେରୁଛି, ସେ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ରାଷ୍ଟ୍ରପତି ରେସ୍ତୋରାଁ ମାଲିକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
Image Courtesy of India Todayଏହି ସମୟରେ ଧାତବ ବେରିକେଡ୍ ସେପଟେ ସମବେତ ହୋଇ ଥିବା ଶୁଭେଚ୍ଛୁମାନଙ୍କ ଆଡ଼କୁ ଚାଲିଯାଇ ରାଷ୍ଟ୍ରପତି ମାକ୍ରନ୍ ଶୁଭେଚ୍ଛା ଜଣାଇବାକୁ ଆଖିରେ ଚଷମା ନାଇ, ମୁହଁରେ ମାସ୍କ୍ ବାନ୍ଧି ସବୁଜ ଟି-ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଆଡ଼କୁ ହାତ ବଢ଼ାଇ ଦେଇଥିଲେ। କିନ୍ତୁ, ସେ ବ୍ୟକ୍ତିଜଣ ‘ମାକ୍ରନିଆ ମୁର୍ଦ୍ଦାବାଦ୍’ କହି ତାଙ୍କ ଗାଲରେ ଚଟକଣା ମାରିଲେ।
ତତ୍କ୍ଷଣାତ ଦୁଇଜଣ ନିରାପତ୍ତା ରକ୍ଷୀ ସବୁଜ ଟି-ସାର୍ଟ ପିନ୍ଧା ବ୍ୟକ୍ତିଜଣଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟ ଜଣେ ନିରାପତ୍ତା ରକ୍ଷୀ ମାକ୍ରନ୍ଙ୍କୁ ଦୂରକୁ ନେଇଯାଇଥିଲେ। କିନ୍ତୁ, ମାକ୍ରନ୍ ଆଉ କିଛି କ୍ଷଣ ସେଠାରେ ରହି ବେରିକେଡ୍ ଅପରପାର୍ଶ୍ବରେ ଥିବା ଅନ୍ୟ ଜଣେ ଲୋକଙ୍କ ସହ ଆଳାପ କରିଥିଲେ।
ସେ ଲୋକଟି ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରିବାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ।
Follow Us