ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ନେଇ ଭାରତ-ଚୀନ ମଧ୍ୟରେ ଚାଲିିଛି କମାଣ୍ଡର ସ୍ତରୀୟ ଆଲୋଚନା

Advertisment
ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ନେଇ ଭାରତ-ଚୀନ ମଧ୍ୟରେ ଚାଲିିଛି କମାଣ୍ଡର ସ୍ତରୀୟ ଆଲୋଚନା

Coastal Digest

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଦ୍ୱିତୀୟ ରାଉଣ୍ଡ ଆଜି ଅନୁଷ୍ଠିତ ହୋଇଛି। ଚୀନ୍ ସେନା ଦ୍ବିତୀୟ ଥର ଭାରତ ସୀମା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଜିର ଏହି ବୈଠକରେ ସେ ନେଇ ଆଲୋଚନା କରାଯିବ ବୋଲି ଜଣା ପଡ଼ିଛି। ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଯେ, ଆଜି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଉପୁଜିଥିବା ପରିସ୍ଥିତି ସହ ଜଡିତ ଆଲୋଚନା ପାଇଁ ଚୁସୁଲ / ମୋଲଡୋରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା ପାଇଁ ଭାରତୀୟ ସେନା ଏବଂ ଚୀନ୍ ସେନା ଏକାଠି ହୋଇଛନ୍ତି।

Fresh faceoff in Ladakh: India, China military talks to continue over PLA's attempt to alter status quo at LAC | DELHI NYOOOZ NYOOOZ

ଦକ୍ଷିଣ ପାଙ୍ଗୋଙ୍ଗ ହ୍ରଦରେ ଅତି କମରେ ଦୁଇଟି ବିବାଦୀୟ ଅଞ୍ଚଳ ରହିଛି, ଯାହା ଭାରତ-ଚୀନ୍ ସାମରିକ ଆଲୋଚନାର ସାମିଲ ହୋଇପାରେ ବୋଲି ସୂଚନା ମିଳିଛି। ସୂଚନାନୁସାରେ, ଚୀନ୍ ଚାହୁଁଛି ଯେ ଭାରତୀୟ ସେନା ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରୁ, ଯାହା ବର୍ତ୍ତମାନ ଭାରତୀୟ ସେନା ଦ୍ୱାରା ଅଧିକୃତ। ସେପଟେ ଭାରତ ମଧ୍ୟ ବ୍ଲାକ୍ ଟପ୍ ଏବଂ ହେଲମେଟ ଟପ୍ ପରି ଅଞ୍ଚଳରେ ଚାଇନାର ସୈନ୍ୟ ନିୟୋଜନ ନେଇ ଚିନ୍ତା ପ୍ରକଟ କରିଛି। ତେବେ ଚୀନର ପ୍ରାୟ ୫୦୦ ସୈନିକ ଭାରତ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା କଥା ଭାରତୀୟ ସେନା ପକ୍ଷରୁ କୁହାଯିବା ପରେ ଏ ନେଇ ଆଲୋଚନା କରିବା ପାଇଁ ଆଜି ଏହି କମାଣ୍ଡର ସ୍ତରୀୟ ବୈଠକ ଡକାଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe