ହାଓଡ଼ାରୁ ଥମୁନି ହିଂସା: ଆଜି ପୁଣି ଥରେ ପଥରମାଡ଼, ସାମ୍ବାଦିକ ଆହତ

ହାଓଡ଼ାରୁ ଥମୁନି ହିଂସା: ଆଜି ପୁଣି ଥରେ ପଥରମାଡ଼, ସାମ୍ବାଦିକ ଆହତ

www.google.com

କୋଲକାତା: ଗତକାଲି ରାମ ନବମୀରେ ପଶ୍ଚିମବଙ୍ଗର ହାଓଡ଼ା, ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଓ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ହିଂସା ଦେଖିବାକୁ ମିଳିଥିଲା। ଏହି ସବୁ ଅଞ୍ଚଳ‌ରେ ପଥର ଫିଙ୍ଗାରୁ ନେଇ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ ମିଳିଥିଲା।

ଘଟଣା ଘଟିବାର ଦିନକ ପରେ ଏବେ ମଧ୍ୟ ସ୍ଥିତି ଉ‌‌ତ୍ତେଜନାମୂଳକ ରହିଛି। ଆଜି ପୁଣି ଥରେ ପଶ୍ଚିମବଙ୍ଗର ହାଓଡ଼ାରେ ହିଂସା ଉପୁଜିଛି। ରାମ ନବମୀରେ ‌ଶୋଭାଯାତ୍ରା ସମୟରେ ହାଓଡ଼ାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ‌

ଏବେ ବି ସେହି ହିଂସା ଜାରି ରହିଥିବା ବେଳେ ଆଜି ହୋଇଥିବା ପଥର ଫିଙ୍ଗା ଘଟଣ‌ାରେ ଟାଇମ୍ସ ନେଟ୍‌ୱର୍କର ଜଣେ ଗଣମାଧ୍ୟମ ପ୍ରନିତିଧି ଆହତ ହୋଇଛନ୍ତି। ଏହି ଘଟଣାକୁ ଦିନଟିଏ ବିତି ଯାଇଥିଲେ ବି ଏଯାଏ ପରିସ୍ଥିତି ଥଣ୍ଡା ପଡ଼ିନାହିଁ।

ଆହତ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ କହିବାନୁସାରେ ପରିସ୍ଥିତି ଶାନ୍ତ ହେବା ପରେ ଆଜି ପୁଣି ଥରେ କିଛି ଦୁର୍ବୃତ୍ତ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏପରିକି ଏହାକୁ ରୋକିବା ପୁଲିସ୍‌ କର୍ମଚାରୀଙ୍କ ପକ୍ଷେ ବି କଷ୍ଟକର ହୋଇ ପଡ଼ିଥିଲା। ପରିସ୍ଥିତି ଜଟିଳ ହେବାରୁ ଅଧିକ ପୁଲିସ୍‌ ନିୟୋଜିତ କରାଯାଇଥିଲ।।

ପୁଲିସ୍‌ ଏବେ ସୁଦ୍ଧା କାଜିପାରା ଅଞ୍ଚଳରୁ ପ୍ରାୟ ୩୫ ଜଣଙ୍କୁ ଗିରଫ କରିସାରିଛି। ଗତକାଲି ହୋଇଥିବା ଏହି ହିଂସାରେ ଅନେକ ଗାଡ଼ି ଜଳିଯିବା ସହ ଦୋକାନ ଭଙ୍ଗାରୁଜା ହୋଇଥିଲା। ହିଂସା ସମୟର କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିଲା।

କେତେକ ଭିଡ଼ିଓରୁ ଦେଖିବାକୁ ମିଳିଛି ଯେ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ ହେଉଛି ଏବଂ ଶୋଭାଯାତ୍ରାକାରୀ ହିଂସା ଭିଆଉଛନ୍ତି। ହିଂସାଗ୍ରସ୍ତ ଅଂଚଳରେ ଉତ୍ତ୍ୟକ୍ତ ଲୋକମାନେ ଗାଡ଼ି ପୋଡ଼ାଜଳା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe