Image Courtesy of TOI
ନୂଆଦିଲ୍ଲୀ: ୨୦୧୯ ଠାରୁ ନ୍ୟାସ୍ନାଲ୍ ଟାଲେଣ୍ଟ୍ ସର୍ଚ ଏକ୍ଜାମିନେସନ୍ (ଏନ୍ଟିଏସ୍ଇ) ବା ଜାତୀୟ ମେଧା ଅନେ୍ଵଷଣ ପରୀକ୍ଷାର ଦ୍ୱିତୀୟ ସୋପାନରେ ଓବିସି ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥାକୁ ମଙ୍ଗଳବାର ଦିନ ସରକାର ଅନୁମୋଦନ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରିବାକୁ ଏନ୍ସିଇଆର୍ଟି ଏହି ପରୀକ୍ଷା ପରିଚାଳିତ କରିଥାଏ।
ମାନବିକ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଓ୍ଵାଡେକର୍ କହିଛନ୍ତି ଯେ ସରକାର ବୃତ୍ତିର ପରିମାଣ ବଢ଼ାଇ ସାରିଛନ୍ତି ଏବଂ ବାର୍ଷିକ ବୃତ୍ତି ସଂଖ୍ୟା ୧୦୦୦ରୁ ୨୦୦୦ କରି ତାହାକୁ ଦୁଇ ଗୁଣ କରିବାକୁ ଉଦ୍ୟମ କରୁଛନ୍ତି।
ବାର୍ଷିକ ପ୍ରାୟ ୧ କୋଟି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦିଅନ୍ତି।
ଆସନ୍ତା ଦୁଇ ବର୍ଷ ମଧ୍ୟରେ ମାସିକ ବୃତ୍ତିର ପରିମାଣ ୫୦୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି।
ସାମ୍ପ୍ରତିକ ଏନ୍ଟିଏସ୍ଇ ସଂରକ୍ଷଣ ଯୋଜନା ଅନୁସାରେ ଅନୁସୂଚୀତ ଜାତିର ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୫%, ଅନୁସୂଚୀତ ଜନଜାତିର ଛାତ୍ରଛାତ୍ରୀଙ୍କ ନିମନ୍ତେ ୭. ୫% ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ୩% ବୃତ୍ତି ସଂରକ୍ଷଣ ବ୍ୟବସ୍ଥା ରହିଛି।
ମାନବିକ ସମ୍ବଳ ବିକାଶ ମନ୍ତ୍ରଳାୟ ୨୦୧୯ ଠାରୁ ଓବିସି ଛାତ୍ରଛାତ୍ରୀଙ୍କ ନିମନ୍ତେ ୨୭% ସଂରକ୍ଷଣ ବ୍ୟବସ୍ଥା କରିବାକୁ ସ୍ଥିର କରିଛି। ୨୦୧୮ର ପରୀକ୍ଷା ପ୍ରକ୍ରିୟା ଚାଲିଥିବାରୁ ୨୦୧୯ରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜାଓ୍ଵାଡ଼େକର୍ କହିଛନ୍ତି।
Follow Us