Image Courtesy of The New York Times
ୱାସିଂଟନ୍: କରୋନାଭାଇରସ୍ ଟିକା ନିମନ୍ତେ ପ୍ରତିଦ୍ବନ୍ଦ୍ବିତା ଯୋଗୁଁ ବିଶ୍ବର ଅଧିକାଂଶ ଦେଶ ଗୁଇନ୍ଦା ଏଜେନ୍ସିଙ୍କୁ ସକ୍ରିୟ କରାଇଛନ୍ତି। ଚୀନ୍ ଗୁଇନ୍ଦା ହ୍ୟାକର୍ମାନେ କରୋନାଭାଇରସ୍ ଟିକା ଡାଟା ଚୋରି କରିବାକୁ ଚାହୁଁଥିଲେ। ତେଣୁ ସେମାନେ ଅପେକ୍ଷାକୃତ ସହଜ ଉପାୟ ବାଛିଲେ। ଔଷଧ କମ୍ପାନିଙ୍କୁ ଅନୁସରଣ ନ କରି ସେମାନେ ଅତ୍ୟାଧୁନିକ ଗବେଷଣା ଚଳାଉଥିବା ଉତ୍ତର କାରୋଲିନା ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସ୍କୁଲ୍ ଡିଜିଟାଲ୍ ତଥ୍ୟର ଗୁପ୍ତ ପର୍ଯ୍ୟବେକ୍ଷଣ ଚଳାଇଲେ।
କେବେଳ ଚୀନ୍ର ଗୁପ୍ତଚର ନୁହନ୍ତି, ରୁଷ୍ର ପ୍ରମୁଖ ଗୁଇନ୍ଦା ସେବା ‘ଏସ୍ଭିଆର୍’ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଏବଂ ବ୍ରିଟେନ୍ର ଟିକା ଗବେଷଣା ନେଟ୍ୱାର୍କ ଉପରେ ଦୃଷ୍ଟି ରଖିଲା। ଇଣ୍ଟର୍ନ୍ୟାସ୍ନାଲ୍ ଫାଇବର୍ ଅପ୍ଟିକ୍ କେବଲ୍ ଅନୁଧ୍ୟାନ କରୁଥିବା ଏକ ବ୍ରିଟିସ୍ ଗୁପ୍ତଚର ଏଜେନ୍ସି ପ୍ରଥମେ ଗୁପ୍ତଚରମାନଙ୍କର ଏହି ଉଦ୍ୟମ ବିଷୟରେ ଜାଣିପାରିଥିଲା। ଇରାନ୍ ମଧ୍ୟ ଟିକା ଗବେଷଣା ସମ୍ବନ୍ଧୀୟ ସୂଚନା ଚୋରି କରିବାକୁ ଉଦ୍ୟମ କରିଥିଲା। ଶତ୍ରୁପକ୍ଷଙ୍କ ଗୁପ୍ତଚରଗିରି ଉପରେ ଦୃଷ୍ଟି ରଖିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ନିଜର ଉଦ୍ୟମ ବଢ଼ାଇବା ସହ ଡାଟାର ସୁରକ୍ଷା ନିମନ୍ତେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରିଥିଲା। ମୋଟ୍ ଉପରେ କହିବାକୁ ଗଲେ ବିଶ୍ବର ସମସ୍ତ ପ୍ରମୁଖ ଗୁପ୍ତଚର ସେବା ଟିକା ଗବେଷଣା ସଂକ୍ରାନ୍ତ ତଥ୍ୟ ନିମନ୍ତେ ତତ୍ପରତା ପ୍ରକାଶ କରିବା ସହ ପରସ୍ପର ଉପରେ ଦୃଷ୍ଟି ରଖିଥିଲେ।
Image Courtesy of World Newjସାମ୍ପ୍ରତିକ ଏବଂ ପୂର୍ବତନ ଗୁଇନ୍ଦା ଅଧିକାରୀ ଏବଂ ଗୁପ୍ତଚର ଉଦ୍ୟମ ଉପରେ ଦୃଷ୍ଟି ରଖିଥିବା ଅନ୍ୟମାନଙ୍କ ସହ କରାଯାଇଥିବା ସାକ୍ଷାତ୍କାରରୁ ଜଣାପଡ଼ିଛି ଯେ, କରୋନାଭାଇରସ୍ ମହାମାରୀ ସମଗ୍ର ବିଶ୍ବର ଗୁଇନ୍ଦା ଏଜେନ୍ସିମାନଙ୍କୁ ଚଳଚଞ୍ଚଳ କରିପକାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ୟେକ ବିରୋଧୀ ଦେଶ ଆମେରିକୀୟ ଗବେଷଣା ଚୋରାଇ ନେବାକୁ ଉଦ୍ୟମ କରିଥବା ବେଳେ ୱାସିଂଟନ୍ ବିଶ୍ବବିଦ୍ୟାଳୟ ଏବଂ ନିଗମଗୁଡ଼ିକୁ ନିରାପଦ ରଖିବାକୁ ପଦକ୍ଷେପ ଗ୍ରହଣ କରିଥିଲା। ରୁଷୀୟ ଟ୍ୟାଙ୍କ୍ ଏବଂ ଆତଙ୍କବାଦୀ ସେଲ୍ର ଗତିବିଧି ଉପରେ ଦୃଷ୍ଟି ରଖିଥିବା ‘ନାଟୋ ଇଣ୍ଟେଲିଜେନ୍ସ୍’ ମଧ୍ୟ ଟିକା ଗବେଷଣା ଚୋରି କରିବାକୁ କ୍ରେମ୍ଲିନ୍ର ଉଦ୍ୟମକୁ ସମ୍ପ୍ରସାରିତ କରିଥିବା କଥା ପାଶ୍ଚାତ୍ୟ ସରକାରୀ ଅଧିକାରୀମାନେ କହୁଛନ୍ତି।
ଚୀନ୍ର ଉଦ୍ୟମ ଥିଲା ବଡ଼ ଜଟିଳ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଉରୋପ୍ରୁ ଟିକା ହ୍ୟାକିଙ୍ଗ୍ ଉଦ୍ୟମରେ ସେମାନେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନା ବ୍ୟବହାର କରିଥିଲେ ବୋଲି ବରିଷ୍ଠ ଗୁଇନ୍ଦାମାନେ କହିଛନ୍ତି। ବିଶ୍ବର ଟିକା ଗବେଷଣାଗୁଡ଼ିକ ସଂଗ୍ରହ କରିବା ଚୀନ୍ କିଭଳି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରେ ନିଜର ପ୍ରଭାବଶାଳୀ ପଦବୀକୁ ବ୍ୟବହାର କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ।
Follow Us