ଚ୍ୟବନପ୍ରାଶରୁ ନେଇ ଅଶ୍ବଗନ୍ଧା ପର୍ଯ୍ୟନ୍ତ : କୋଭିଡ୍‌-୧୯ ପରିଚାଳନା ପାଇଁ ଆ‌ୟୁର୍ବେଦ ପ୍ରୋଟକଲ୍‌ ଜାରି କଲା କେନ୍ଦ୍ର

ଚ୍ୟବନପ୍ରାଶରୁ ନେଇ ଅଶ୍ବଗନ୍ଧା ପର୍ଯ୍ୟନ୍ତ : କୋଭିଡ୍‌-୧୯ ପରିଚାଳନା ପାଇଁ ଆ‌ୟୁର୍ବେଦ ପ୍ରୋଟକଲ୍‌ ଜାରି କଲା କେନ୍ଦ୍ର

India TV News

ନୂଆଦିଲ୍ଲୀ: କୋଭିଡ -୧୯ ଲକ୍ଷଣ ଜାଣିବା ପରେ ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ମହାମାରୀ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ଏକ ପ୍ରୋ‌ଟକଲ୍‌ ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆୟୁଷ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ଜାତୀୟ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍‌ରେ କିପରି ପାରମ୍ପରିକ ପଦ୍ଧତି ମାଧ୍ୟମରେ କୋଭିଡ୍ -୧୯ର ସାମ୍ନା କରି ହେବ ସରକାର ଏକ ବିବୃତିରେ ଏ ନେଇ ସୂଚନା ଦେଇଛନ୍ତି।

ଦେଶର ବିଭିନ୍ନ ପ୍ରାନ୍ତରୁ ମିଳିଥିବା ରିପୋର୍ଟ ଆଧାରରେ କୋଭିଡ-୧୯କୁ ନେଇ ହାସଲ ହୋଇଥିବା ଅଭିଜ୍ଞତାରୁ ଆୟୁର୍ବେଦ ଏବଂ ଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସରକାରୀ ବିବୃତିରେ କୁହାଯାଇଛି।

publive-image
The Week

ଆୟୁଷ ରିସର୍ଚ ଏବଂ ଡେଭ୍‌ଲପମେଣ୍ଟ୍‌ ଟାସ୍କ ଫୋର୍ସର ସୁପାରିସ ଆଧାରରେ ପ୍ରସ୍ତୁତ ଏହି ପ୍ରୋଟୋକଲ୍‌ରେ ଗଳା ଯନ୍ତ୍ରଣା, ଥକାପଣ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ହାଇପୋକ୍ସିଆ, ଜ୍ୱର, ମୁଣ୍ଡବିନ୍ଧା ଇତ୍ୟାଦି କୋଭିଡ -୧୯ ଲକ୍ଷଣର ପ୍ରତିକାର ପାଇଁ ପରାମର୍ଶ ଦିଆଯାଇଛି। ଏହି ସବୁ ସମସ୍ୟା ପାଇଁ ଜାରି ପ୍ରୋଟକଲ୍‌ରେ ଅଶ୍ବଗନ୍ଧା, ଚ୍ୟବନପ୍ରାଶ, ନାଗରାଡି କାଶାୟା, ସିତୋପଲାଦି ଚୂର୍ଣ୍ଣ, ଭୋଶାଦି ଭାଟୀ ଆଦି ଗ୍ରହଣ କରିବାକୁ କୁହାଯାଇଛି।

କେବଳ ଏତିକି ନୁହେଁ, ଏଥିରେ ରହିଛି ଏକ ଯୋଗ ରୁଟିନ୍‌। କରୋନା ଲକ୍ଷଣ ଦେଖିବା ମାତ୍ରେ ଯୋଗ କରି ତୁରନ୍ତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି।

ଏହି ପ୍ରୋଟୋକଲ୍ କୋଭିଡ୍ -୧୯ର ପରିଚାଳନା ପାଇଁ ଆୟୁଷ ସମାଧାନର ମୁଖ୍ୟ ସ୍ରୋତରେ ସହାୟକ ହେବ ବୋଲି ଆଶା କରାଯାଉଛି ଏବଂ ଏହି ସମାଧାନଗୁଡିକ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ମହାମାରୀ ଦ୍ବାରା ଉପୁଜୁଥିବା ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe