Photo Courtesy of TOI
ନୂଆଦିଲ୍ଲୀ: ଜୁଲାଇ ୧, ୨୦୧୯ ପରେ ନିର୍ମିତ ସମସ୍ତ କାର୍ରେ ଏୟାର୍ ବ୍ୟାଗ୍, ସିଟ୍-ବେଲ୍ଟ୍ ରିମାଇଣ୍ଡର୍, ଘଣ୍ଟା ପ୍ରତି ୮୦ କି. ମି. ବେଗରୁ ଅଧିକ ବେଗଗାମୀ ନିମନ୍ତେ ଆଲର୍ଟ ସିଷ୍ଟମ୍, ରିଭର୍ସ ପାର୍କିଙ୍ଗ୍ ଆଲର୍ଟସ୍ ତଥା ଜରୁରୀ ପରିସ୍ଥିତି ପାଇଁ ସେଣ୍ଟ୍ରାଲ୍ ଲକିଙ୍ଗ୍ ସିଷ୍ଟମ୍ର ଓଭର୍ରାଇଡ୍ ମାନୁଆଲ୍ ଆଦି ରହିବ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ ସମୟସୀମା ଅନୁମୋଦନ କରିଛି ଏବଂ ଅଳ୍ପ କେତେ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ।
ଗାଡ଼ି ଆରୋହଣକାରୀଙ୍କ ନିରାପତ୍ତା ପାଇଁ ଗୁରୁତ୍ୱ ବହନ କରୁଥିବା ଏହି ବୈଶିଷ୍ଠ୍ୟମାନ ସମ୍ପ୍ରତି କେବଳ ବିଳାସମୟ କାର୍ଗୁଡ଼ିକରେ ରହିଛି। ପ୍ରତି ବର୍ଷ ସଡ଼କ ଦୁର୍ଘଟଣାରେ ହଜାର ହଜାର ମୃତ୍ୟୁ ମୁଖରେ ପଡୁଥିବାରୁ ଭାରତୀୟ ସଡ଼କରେ ଗାଡ଼ିଯାତ୍ରୀ ଏବଂ ପଥଚାରୀମାନଙ୍କ ସୁରକ୍ଷା ନିମେନ୍ତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଏହି ପଦକ୍ଷେପକୁ ଅନୁମୋଦନ କରିଛନ୍ତି। ୨୦୧୬ରେ ସମୁଦାୟ ୧. ୫୧ ଲକ୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁରେ କେବଳ ଦ୍ରୁତ ବେଗ ଯୋଗୁଁ ୭୪୦୦୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
Follow Us