ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ଜ୍ୟୋତିର୍ବିଜ୍ଞାନୀ ଷ୍ଟିପେନ୍ ହକିଙ୍ଗ୍ସଙ୍କ ଦେହାନ୍ତ ପରେ ସାରା ବିଶ୍ୱରେ ଖେଳିଯାଇଛି ଶୋକାକୁଳ ବାତାବରଣ। ରୋଗରେ ଆକ୍ରାନ୍ତ ହୋଇ ଷ୍ଟିପେନ୍ ଅନେକ ବର୍ଷ ହେବ ନିଜ ଶରୀରର ଅଙ୍ଗ ଚାଳନା କରିବାରେ ଅସମର୍ଥ ଥିଲେ ବି ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସବୁଦିନ ପାଇଁ ତାଙ୍କୁ ଜୀବିତ ରଖିବ। ଷ୍ଟିପେନ୍ଙ୍କ ଦେହାନ୍ତ ପରେ ସୋସିଆଲ୍ ମିଡିଆରେ ଛାଇ ଯାଇଛି ଶୋକର ବାର୍ତ୍ତା। ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ବହୁ ଲୋକପ୍ରିୟ ବ୍ୟକ୍ତି ଷ୍ଟିପେନ୍ଙ୍କ ଉଦ୍ଦେଶ୍ୟରେ ଟୁଇଟର୍ରେ ଶୋକ ବାର୍ତ୍ତା ଦେଇଛନ୍ତି। ସେହି ଟୁଇଟ୍ ଗୁଡ଼ିକ ନିମ୍ନରେ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମୃତ୍ୟୁ ବେଳକୁ ଷ୍ଟିପେନ୍ଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ୨୦୧୪ ମସିହାରେ ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିପେନ୍ ହକିଙ୍ଗ୍ଙ୍କ ଜୀବନ ଉପରେ ଆଧାରିତ ‘ଦ ଥିଓରି ଅଫ୍ ଏଭ୍ରିଥିଙ୍ଗ୍’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା।
ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିପେନ୍ ହକିଙ୍ଗ୍ସଙ୍କ ଦେହାନ୍ତ ପରେ ଟୁଇଟ୍ରେ ଶୋକ ପ୍ରକାଶ କଲେ ମୋଦି, ପିଚାଇ ଓ ଆହୁରି ଅନେକ ପ୍ରସିଦ୍ଧ ବ୍ୟକ୍ତି
Advertisment
Follow Us