ଆମ ଆଡ୍ଡାରୁ ତୁମେ ୫୭, ୮୦୦ ଥର ଆଫଗାନିସ୍ଥାନ ଆକ୍ରମଣ କରିଛ: ଆମେରିକାକୁ କହିଲେ ପାକ୍‌ ବୈଦେଶିକ ମନ୍ତ୍ରୀ

Advertisment
ଆମ ଆଡ୍ଡାରୁ ତୁମେ ୫୭, ୮୦୦ ଥର ଆଫଗାନିସ୍ଥାନ ଆକ୍ରମଣ କରିଛ: ଆମେରିକାକୁ କହିଲେ ପାକ୍‌ ବୈଦେଶିକ ମନ୍ତ୍ରୀ

Image Courtesy of TOI

ନୂଆଦିଲ୍ଲୀ: ‘‘ତୁମେ ପଚାରୁଛ ଆମେ କ’ଣ କରିଛୁ? ଆମ ଆଡ୍ଡାରୁ ତୁମେ ୫୭, ୮୦୦ ଥର ଆଫଗାନିସ୍ତାନ ଉପରେ ଆକ୍ରମଣ କରିଛ। ତୁମେ ଆରମ୍ଭ କରିଥିବା ଯୁଦ୍ଧ ଯୋଗୁଁ ଆମର ହଜାର ହଜାର ସାଧାରଣ ନାଗରିକ ଏବଂ ସୈନ୍ୟ ନିହତ ହୋଇଛନ୍ତି। ଗୁଡ଼ାଏ ଆବେଗଭରା ଟୁଇଟ୍‌ରେ ଏ କଥା କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖାଓ୍ଵାଜା ଅସିଫ୍‌। ଡୋନାଲଡ୍‌ ଟ୍ରମ୍ପ୍‌ ତାଙ୍କ ଦେଶକୁ ମିଥ୍ୟା ଏବଂ ପ୍ରବଞ୍ଚକ କହି ଦୋଷ ଦେବାରୁ ଅସିଫ୍‌ ଏ କଥା କହିଛନ୍ତି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଥରକୁ ଥର ପାକିସ୍ତାର ତ୍ୟାଗ କଥା କହିଛନ୍ତି। ଟ୍ରମ୍ପ୍‌ଙ୍କ ‘ଆଉ ନୁହେଁ’ର ସିଧା ସଳଖ ଉତ୍ତର ସେ ନିଜ ଭାଷାରେ ଦେଇଛନ୍ତି।

publive-image Image Courtesy of NBT

ଅସିଫ୍‌ କହିଛନ୍ତି: ଆମ ସୈନ୍ୟମାନେ ଗୋଟାଏ ଅସ୍ୱାଭାବିକ ଯୁଦ୍ଧ ଲଢୁଛନ୍ତି। ବଳିଦାନ କାହାଣୀର ଅନ୍ତ ନାହିଁ। ଏବେ ଇତିହାସ ଆମକୁ ଶିକ୍ଷା ଦେଇଛି ଆମେରିକାକୁ ଅନ୍ଧ ଭାବେ ବିଶ୍ୱାସ କର ନାହିଁ। ସେମାନେ ଅସନ୍ତୁଷ୍ଟ ବୋଲି ଜାଣି ଆମକୁ ଦୁଃଖ ଲାଗୁଛି, କିନ୍ତୁ ଆମେ ଆଉ ଆମ ମର୍ଯ୍ୟାଦାର ସାଲିସ କରିବୁ ନାହିଁ।

ନ୍ୟୁୟର୍କରେ ୯/୧୧ ଆକ୍ରମଣ ହେବା ସମୟରେ ପାକିସ୍ତାନର ମୁଖ୍ୟ ଥିବା ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ପର୍ଭେଜ୍‌ ମୁଶରଫ୍‌ଙ୍କୁ ଉଦ୍ଦେଶ୍ୟ କରି ଅସିଫ ଟୁଇଟ୍‌ ସିରିଜ୍‌ ଆରମ୍ଭ କରିଛନ୍ତି।

ମାତ୍ର ଗୋଟିଏ ଫୋନ୍‌ କଲ୍‌ରେ ଜଣେ ନେତା ଆତ୍ମ ସମର୍ପଣ କରି ପକାଇବାରୁ ଆମ ଦେଶ ସବୁଠୁ ବଡ଼ ରକ୍ତସ୍ନାନ କଲା ବୋଲି ଅସିଫ୍‌ ସାମରିକ ଏକଚ୍ଛତ୍ରବାଦୀ ମୁଶରଫ୍‌ଙ୍କ ସମ୍ପର୍କରେ କହିଛନ୍ତି।

ଆସିଫ୍‌ ବାଅାଁରେଇ କହିଛନ୍ତି ଯୁଦ୍ଧରେ ଆମେରିକା ସହ ସଂଶ୍ଳିଷ୍ଟ ହୋଇ ପାକିସ୍ତାନ ବୋକାମି କରିଛି। ଇସ୍‌ଲାମାବାଦ ଆମେରିକୀୟଙ୍କୁ ବୁଦ୍ଧୁ ବନେଇଛି ବୋଲି ଟ୍ରମ୍‌ଙ୍କ ଟୁଇଟ୍‌କୁ ଉଦ୍ଦେଶ୍ୟ କରି ଅସିଫ୍‌ ଏ କଥା କହିଛନ୍ତି।

ଟ୍ରମ୍ପଙ୍କ କଟୁ କଥାକୁ ପାକିସ୍ତାନରେ କେହି ସହ୍ୟ କରି ପାରି ନାହାନ୍ତି। ଟ୍ରମ୍ପ୍‌ଙ୍କ ଟୁଇଟ୍‌ର ତୁରନ୍ତ ଜବାବ ଦେଇଛନ୍ତି ଅସିଫ୍‌। ସୋମବାର ଦିନ ସେ କହିଥିଲେ: କାହାଣୀ ଏବଂ ବାସ୍ତବତା ମଧ୍ୟରେ କ’ଣ ଫରକ ଅଛି... ଆମେ ଦୁନିଆକୁ ସତ୍ୟ ଜଣାଇ ଦେବୁ।

ଯାହା ସତ ବୋଲି ସେ ବିଶ୍ୱାସ କରନ୍ତି ତାହା ସେ ଦେଢ଼ ଦିନ ପରେ ସବିସ୍ତାରେ କହିଛନ୍ତି।

publive-image Image Courtesy of Daily Pakistan

ତୁମ ଶତ୍ରୁକୁ ଆମ ଶତ୍ରୁ ବିଚାରି ଆମେ ତୁମକୁ ସାହାଯ୍ୟ କଲୁ। ଆମେ ଗୁଆଣ୍ଟାନାମୋ ବେ’ ସ୍ଥିତ ସାମରିକ କରାଗାରରେ ଲୋକଙ୍କୁ ଭର୍ତ୍ତି କଲୁ...।
ଆତଙ୍କବାଦୀ ଏବଂ ଯୁଦ୍ଧ ଅପରାଧୀଙ୍କୁ ଧରି ଜେଲ୍‌ରେ ପୂରାଇବାରେ ନିଜ ଦେଶ କି ଭଳି ଆମେରିକାକୁ ସହାୟତା କରିଥିଲା ସେ କଥା ବୈଦେଶିକ ମନ୍ତ୍ରୀ ଅସିଫ୍‌ କହିଛନ୍ତି। ‘ଆତଙ୍କବାଦ ବିରୋଧରେ ଯୁଦ୍ଧ’ ସମୟରେ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ବୁସ୍‌ଙ୍କ ଦ୍ୱାରା ନିର୍ମିତ କାରାଗାରରେ ଆତଙ୍କବାଦୀଙ୍କୁ ଧରି ଭର୍ତ୍ତି କରିଥିବା କଥା ସେ କହିଛନ୍ତି।

ଖାଲି ଯେ ପାକିସ୍ତାନ ଆମେରିକାକୁ ଆତଙ୍କବାଦୀ ଖୋଜି ଦେବାରେ ସହାୟତା କରିଥିଲା ତାହା ନୁହେଁ ବ୍ଲାକ୍‌ ଓ୍ଵାଟର୍‌ ନାମକ ଏକ ଘରୋଇ ସାମରିକ ଠିକାଦାରର କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ ପାକିସ୍ତନା ଯୋଗ ଦେଇଥିଲା। ଆମେ ହଜାର ହଜାର ଭିସା ଜାରି କରିବାରୁ ବ୍ଲାକ୍‌ ଓ୍ଵାଟର୍‌ର ନେଟ୍‌ଓ୍ଵାର୍କ ଆମ ଦେଶରେ ବ୍ୟାପିଥିଲା। ଗତ ୪ ବର୍ଷ ହେବ ସେମାନଙ୍କର ଆବର୍ଜନା ଆମେ ପରିଷ୍କାର କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe