ପ୍ରଥମ ଦିନରୁ ହିଁ ଟ୍ରମ୍ପ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ନୀତି ବଦଳାଇବେ ବାଇଡେନ୍‌

ଶୀତରେ ବି ରାଜନୈତିକ ଉଷ୍ମତା

Image Courtesy of Hindustan Times

ୱାସିଂଟନ୍ : ରାଷ୍ଟ୍ରପତି ଭାବେ ଶପଥ ନେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଜୋ ବାଇଡେନ୍‌ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ବାରା କରାଯାଇଥିବା କିଛି ଗୁରୁତ୍ବପୂର୍ଣ୍ଣ ନୀତିକୁ ବଦଳାଇବାପାଇଁ ଚୁକ୍ତି ସ୍ବାକ୍ଷର କରିବେ। ଆପ୍ରବାସ, ଜଳବାୟୁ ପରିବର୍ତ୍ତନ ଏବଂ ମହାମାରୀ ପରିଚାଳନା ଦିଗରେ ଟ୍ରମ୍ପ୍‌ ଆଣିଥିବା ନୀତିକୁ ଜୋ ବାଇଡେନ୍‌ ପ୍ରଥମ ଦିବସରେ ହିଁ ବଦଳାଇ ଦେବେ। ବାଇଡେନ୍‌ ଟ୍ରମ୍ପ୍‌ଙ୍କ ବର୍ଡର୍‌ ୱାଲ୍‌ ନିର୍ମାଣ ପ୍ରକ୍ରିୟାକୁ ଶେଷ କରିଦେବାପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି ଏବଂ କିଛି ମୁସଲିମ୍‌ ବହୁଳ ରାଷ୍ଟ୍ରମାନଙ୍କ ଉପରେ ଥିବା ଯାତ୍ରା କଟକଣା ହଟାଇ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସ୍‌ ଜଳବାୟୁ ଚୁକ୍ତି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକା ପୁନର୍ବାର ସାମିଲ ହେବ। କିଷ୍ଟୋନ୍‌ ଏକ୍ସଏଲ୍‌ ଅଏଲ୍ ପାଇପ୍‌ଲାଇନ୍‌କୁ ରଦ୍ଦ କରିବାପାଇଁ ବାଇଡେନ୍‌ ବିଭିନ୍ନ ଗୁରୁତ୍ବପୂ୍ର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିବେ। ରା‌ଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ମାତ୍ର କିଛି ସମୟ ମଧ୍ୟରେ ବାଇଡେନ୍‌ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe